ଜୟ ଜୟ ଗଣପତି
ଗଉରୀ ନନ୍ଦନ
ବିଦ୍ୟାଦାତା ପ୍ରଭୂ ଆହେ
ଶ୍ରୀ ଗଜବଦନ
ଲମ୍ବୋଦର ବିନାୟକ
ବିଘ୍ନ ବିନାଶନ
ଅଗ୍ରପୂଜ୍ୟ ଆଦିଦେବ
ମୂଷିକ ବାହାନ
ବକ୍ରତୁଣ୍ଡ ମହାକାୟ
ସୂର୍ଯ୍ୟ ସମ ପ୍ରଭା
ବନ୍ଦଇ ତୋ ଶ୍ରୀଚରଣେ
ଗଣପତି ଦେବା
ତୋର ଦୟା ବଳେ ବାବା
ମୂର୍ଖ ହୁଏ ହୁଏ ଗୁଣୀ
ବିଦ୍ୟା ଜ୍ଞାନ ବୁଦ୍ଧି ଦାତା
ଘେନ ମୋ ଶରଣୀ
ଶ୍ରୀଗଣେଶ ଗଣନାଥ
ସଦାଶିବ ସୂତ
ଅଯୋନି ସମ୍ଭୁତ ପ୍ରଭୂ
ଉମା ଦେହୁ ଜାତ
ନିଜ ଦେହ ମଳିରେ ମା
ଗଢିଲେ ପିତୁଳା
ପ୍ରିୟ ର ନନ୍ଦନ ଜୀବ
ଦାନ ଦେଲେ ମାତା
କି ସୁନ୍ଦର ରୂପ ଦେଲେ
ନହୁଏ ବର୍ଣ୍ଣନ
ଗୁମ୍ଫା ଦ୍ବାରେ ଜଗାଇଣ
ତପସ୍ୟାରେ ଲୀନ
ଚାରି ଭୂଜେ ପାଶାଙ୍କୁଶ
ଲଡୁ ପାଏ ଶୋଭା
ଛାର ମାନବ ହୋଇଣ
କି ଉପମା ଦେବା
ସବୁ ଦେବ ପୂଜା ଆଗେ
ପୂଜା ପାଅ ଆହେ
କଳଶରେ ଆମ୍ବ ଡାଳ
ସିନ୍ଦୁରରେ ଶୋହେ
ନାଲି ମନ୍ଦାର ତୁମର
ଅଟେ ଅତି ପ୍ରିୟ
ଭକ୍ତିରେ ପୂଜିଲେ ପ୍ରଭୂ
ଯାଚି ବର ଦିଅ
ମାତାଙ୍କ ସୁରକ୍ଷା ପାଇଁ
ପିତା ସଙ୍ଗେ ଯୁଝି
ଶିବ କରିଲେ ସଂହାର
ପୁତ୍ର କୁ ନ ବୁଝି
ପ୍ରିୟ ପୁତ୍ର ବିଚ୍ଛେଦରେ
ମାତା ଯେ ଆକୁଳ
ସହି ନପାରିଲେ ଶିବା
ଶିବାଙ୍କ ବିକଳ
ଜୀବଦାନ ଦେଲେ ପଢି
ମ୍ରୁ୍ତ୍ୟୁ ସଂଜିବନୀ
ତ୍ରିପୁର ସୁନ୍ଦର ପ୍ରଭୂ
ହସ୍ତୀ ମୁଖ ଘେନି
ଶିବ ଶିବା ତନୟ ହେ
ପାପ କ୍ଷୟ କର
ଦିଅ ଦିବ୍ୟ ଜ୍ଞାନ ବୁଦ୍ଧି
ସଦଗୁଣ ସାର
ସ୍ବର୍ଗୀୟ ଗୁଣରେ ଭର
ହ୍ରୁଦୟ ମନ୍ଦିର
ସେ ମନ୍ଦିରେ ବିଜେକର
ପ୍ରଭୂ ଲମ୍ବୋଦର
ଦୟା କ୍ଷମା ସତ୍ୟ ଗୁଣେ
କର ବିଭୂଷଣ
ପର ଉପକାର କରି
ଧନ୍ୟ ହେଉ ପ୍ରାଣ
ସୁମିତ୍ରା ବାରିକ୍
ରାଉରକେଲା
ସୁନ୍ଦରଗଡ
Readers Interaction