ଗଣେଶ ବନ୍ଦନା – ସବିତା ବସ୍ତିଆ

Views: 39
0 0
Read Time:2 Minute, 28 Second

ବିଘ୍ନ ବିନାଶକ, ଗିରିଜା ନନ୍ଦନ

ବକ୍ର ତୁଣ୍ଡ ତୁମେ ହେ ଗଜାନନ

ଗଣପତି ଆହେ ମୂଷିକ ବାହନ

ଏକଦନ୍ତ ତୁମେ ଗୌରୀ ନନ୍ଦନ ।

 ହିମାଳୟସୁତା ମଳିରୁ ଜନ୍ମି,

ମାତୃ ଆଜ୍ଞା ରେ ଦ୍ୱାରପାଳ ସାଜି

ଅବରୋଧି ପିତା ଜଗଦେଶ୍ୱର

ତୁମେ ଅଗ୍ରପୂଜ୍ୟ  ହେ   ଲମ୍ବୋଦର ।

ପରାଜିତ କରି ନନ୍ଦିଭୃଙ୍ଗିଙ୍କୁ,

ଚକିତ କରିଲ କୈଳାସ ପତିଙ୍କୁ

ତୁମ ଭୟେ ଛତ୍ରଭଙ୍ଗ ଶିବଗଣ,

ମାତୃଭକ୍ତ ତୁମେ ଗଜେନ୍ଦ୍ର ବଦନ।

କୋପିତ ହୋଇଲେ ଡମ୍ବରୁଧର,

ପିତା ପୁତ୍ରରେ ହେଲା ସମର

ମାତୃମାନ ରକ୍ଷାଲାଗି ଏକଦନ୍ତ,

ପ୍ରହାର ପିତାଙ୍କ ଵରି ଭାଲଚନ୍ଦ୍ର ।

ମାତା ପାର୍ବତୀଙ୍କ ସନ୍ତୂଷ୍ଟି  ପାଇଁ,

ହାତୀର ମସ୍ତକ ଦେଲେ ଲଗାଇ

ଶିଶୁ ଗୌରୀସୁତ ହେଲ ଗଜାନନ,

ସର୍ଵ ଦେଵ ମଧ୍ୟେ ହେଲ ଅଗ୍ରଗଣ୍ୟ।

ବିନାୟକ ତୁମେ କୃଷ୍ଣ ପିଙ୍ଗାକ୍ଷ,

ବିକଟମେବ ଆହେ ବିଘ୍ନରାଜ,

ଭାଲଚନ୍ଦ୍ର ଆହେ ଧୂମ୍ରଵର୍ଣ୍ଣ,

ସର୍ବ ସିଦ୍ଧି ପ୍ରଦାୟକ ହେ ଗଣେଶ।

ସବିତା ବସ୍ତିଆ,ରାଉରକେଲା,

 ସୁନ୍ଦରଗଡ଼

Share this :
Next Post

ଗଣେଶ ବନ୍ଦନା - ସୁମିତ୍ରା ବାରିକ୍

ଜୟ ଜୟ ଗଣପତି  ଗଉରୀ ନନ୍ଦନ ବିଦ୍ୟାଦାତା ପ୍ରଭୂ ଆହେ ଶ୍ରୀ ଗଜବଦନ ଲମ୍ବୋଦର ବିନାୟକ ବିଘ୍ନ ବିନାଶନ     ଅଗ୍ରପୂଜ୍ୟ ଆଦିଦେବ ମୂଷିକ ବାହାନ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ ସମ ପ୍ରଭା ବନ୍ଦଇ ତୋ ଶ୍ରୀଚରଣେ ଗଣପତି ଦେବା ତୋର ଦୟା ବଳେ ବାବା ମୂର୍ଖ ହୁଏ ହୁଏ ଗୁଣୀ ବିଦ୍ୟା ଜ୍ଞାନ ବୁଦ୍ଧି ଦାତା  ଘେନ ମୋ ଶରଣୀ ଶ୍ରୀଗଣେଶ ଗଣନାଥ  ସଦାଶିବ ସୂତ ଅଯୋନି ସମ୍ଭୁତ […]

Subscribe US Now