ଓଁ ନମଃ ଗଣେଶାୟ – ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ

Views: 23
0 0
Read Time:2 Minute, 59 Second

 ଆହେ ଗଜାନନ ପାର୍ବତୀ ନନ୍ଦନ

ବିଘ୍ନ ବିନାଶକ ପ୍ରଭୁ ।

ଆସ ଅବତରି ଏ ଧରା ଧାମକୁ

ଜନ ତବ କୃପା ଲଭୁ ।।

ଲଡୁ ଯେ ତୁମରି ପ୍ରିୟ ଖାଦ୍ୟ ଅଟେ

ଅଟ ତୁମେ ଲମ୍ବୋ ଦର ।

ହସ୍ତେ ତୁମ ଖଡ୍ ‌ଗ ଲେଖନୀ ପୁସ୍ତକ

ତୁମେ ତ ଜ୍ଞାନର ଭଣ୍ଡାର ।।

ଦାନ୍ତ ଭାଙ୍ଗି ତୁମେ ଲେଖିଥିଲ ପୁଣି

ବ୍ୟାସଙ୍କର ମହାଭାରତ ।

ଏକ ଦନ୍ତ ପୁଣି ବୋଲାଇଲ ତୁମେ

ଆହେ ଭୋଳାନାଥ ସୁତ ।।

ବକ୍ରତୁଣ୍ଡ ରୂପ କି ମନୋହର

ଦେଖି ଆଖି ଯାଏ ଲାଖି ।

ବିଘ୍ନ ବିନାଶକ ସୂର୍ଯ୍ୟ ଠୁ ଚମକ

ଅଟେ ତୁମ ଦୁଇ ଆଖି ।।

ରିଦ୍ଧି ସିଦ୍ଧି ଙ୍କ ର ପ୍ରାଣ ପ୍ରିୟ ତୁମେ

ସନ୍ତୋଷୀ ଜଣକ ପୁଣି ।

ହେ ବିନାୟକ ତୁମ ବିଶ୍ଵରୂପ

କିଏ ବା ପାରେ ବଖାଣି ।।

ପୃଥ୍ବୀ ଠାରୁ ବଡ଼ ମତା ଓ ପିତା ଯେ

ଶିଖିଥିଲି ତୁମ ଠାରୁ ।

ତୁମ ଜ୍ଞାନ ଆଲୋକରେ ଅଜ୍ଞାନ ଅନ୍ଧାର

ଦୂର ହେଉ ଏ ଧରାରୁ ।।

ଆହେ ବିନାୟକ ଏ ଧରା ପୃଷ୍ଠରୁ

ହରି ନିଅ ବିଘ୍ନ ଦୁଃଖ ।

ପୁଣି ଫେରି ଆସୁ ପ୍ରାଣୀ ଜଗତର

ହସ ଖୁସି ଆଉ ସୁଖ ।।

ଚାରି ଆଡେ଼ ଶୁଭୁ ତୁମ ଜୟ କାର

ତୁମର ହେଉ ଜୟ ।

ସବୁ ଓଠେ ଥାଉ ସେହି ଗୋଟେ ମନ୍ତ୍ର

ଓଁ ନମଃ ଗଣେଶାୟ ।।

ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ

ଆଇନ୍ ଛାତ୍ରୀ

ଲକ୍ଷ୍ମୀ ନାରାୟଣ ପୁର

ଜିଲ୍ଲା- ପୁରୀ

Share this :
Next Post

ଗଣେଶ ବନ୍ଦନା - ସବିତା ବସ୍ତିଆ

ବିଘ୍ନ ବିନାଶକ, ଗିରିଜା ନନ୍ଦନ ବକ୍ର ତୁଣ୍ଡ ତୁମେ ହେ ଗଜାନନ ଗଣପତି ଆହେ ମୂଷିକ ବାହନ ଏକଦନ୍ତ ତୁମେ ଗୌରୀ ନନ୍ଦନ ।  ହିମାଳୟସୁତା ମଳିରୁ ଜନ୍ମି, ମାତୃ ଆଜ୍ଞା ରେ ଦ୍ୱାରପାଳ ସାଜି ଅବରୋଧି ପିତା ଜଗଦେଶ୍ୱର ତୁମେ ଅଗ୍ରପୂଜ୍ୟ  ହେ   ଲମ୍ବୋଦର । ପରାଜିତ କରି ନନ୍ଦିଭୃଙ୍ଗିଙ୍କୁ, ଚକିତ କରିଲ କୈଳାସ ପତିଙ୍କୁ ତୁମ ଭୟେ ଛତ୍ରଭଙ୍ଗ ଶିବଗଣ, ମାତୃଭକ୍ତ ତୁମେ ଗଜେନ୍ଦ୍ର ବଦନ। କୋପିତ […]

Subscribe US Now