ମହା ଦେବଙ୍କର ମହା ଭର୍ତ୍ସନାରେ
ମହା ସତୀ ମହା ରୋଷ
ମହର୍ଷୀ ନାରଦ ଟାଳନ୍ତି ପ୍ରମାଦ
ପରାମର୍ଶେ ହୁଏ ଶେଷ।୧।
ସତୀ ଅଙ୍ଗୀକାର ହେବ ତପଘୋର
ଅରଣ୍ୟେ କରନ୍ତି ଗତି
ମାନସ ସନ୍ତାନ ପାଏ ସଞ୍ଜୀବନ
ଜୀବନ୍ୟାସେ ମହାସତୀ।୨।
ଦେବୀ ଆଶୀର୍ବାଦ ସର୍ବ ଶକ୍ତି ପ୍ରାପ୍ତ
ହୁଅନ୍ତି ସେ ଗଣ ଈଶ
ତପ ସ୍ଥଳ ରକ୍ଷା କର୍ମ ସଂସାଧନେ
ଉପସ୍ଥିତ ଦ୍ଵାର ଦେଶ।୩।
ଈଶ୍ୱର ସନ୍ଧାନେ ଜାଣି ଉପସ୍ଥାନ
ଦେବୀ ତପ ବନ ସ୍ଥଳ
ହୁଏ ଘୋର ରଣ ସୁତ, ଶିବ ଗଣ
ନ ଛାଡନ୍ତି ଦ୍ୱାର ପାଳ।୪।
କ୍ରୋଧେମହେଶ୍ୱର ଗଣେଶଙ୍କ ଶିର
ଛେଦନେ ମହା ସଙ୍କଟ
ଦେବୀମହାକୋପ ପ୍ରଳୟ ସ୍ୱରୂପ
ଅଦ୍ଭୂତ କାୟା ପ୍ରକଟ।୫।
ବ୍ରହ୍ମା ବିଷ୍ଣୁ ଶିବ ସର୍ବଦେବାଦେବ
ଉପସ୍ଥିତେ ହସ୍ତୀ ଶିର
ଛେଦନେସଂଯୋଗ ଗଣେଶଶରୀର
ସଞ୍ଜୀବନ ପୁନର୍ବାର।୬।
ସର୍ବ ଧର୍ମ ଜ୍ଞାନ ଦାନେ ଶକ୍ତିମାନ
ହୁଅନ୍ତି ସେ ଗଜାନନ
ଅଗ୍ର ପୂଜ୍ୟଦେବ ଅଧିକାରଯୋଗ୍ୟ
ପ୍ରାପ୍ତ ସର୍ବ ବର ଦାନ।୭।
ଧର୍ମ ଜ୍ଞାନଦାତା ସିଦ୍ଧି ଶକ୍ତି ଧାତା
ଗଣେଶ ସେ ଗଣ ଈଶ
ଭାଦ୍ରବ ଶୁକଳ ଚତୁର୍ଥୀ ଦିବସ
ଜନ୍ମ, ପୂଜା ଅବକାଶ।୮।
ଆହେ ଗଜାନନ ଗଉରୀ ନନ୍ଦନ
ଘେନ ଏ ଦୀନ ପ୍ରଣତି
ଆଶିଷ ପ୍ରଦାନ ଶୁଦ୍ଧ କର ମନ
ଅଜ୍ଞାନୁ କର ମୁକତି ।୯।
ସୀମାଞ୍ଚଳ ପଣ୍ଡା
ଗଞ୍ଜାମ
Readers Interaction