Read Time:1 Minute, 46 Second
ଜୀବନ ଯୁଦ୍ଧରେ ସେ ଯେ ଆଗ ଧାଡି ଯୋଦ୍ଧା
ସେ ଏକା ମେଣ୍ଟାଇ ପାରେ ଜଗତର କ୍ଷୁଧା।।
ମାଟି ସହ ମାଟି ହୋଇ ନିତି କରେ ଶ୍ରମ
ଖରା, ବର୍ଷା,ଶୀତ ହୁଏ ବସନ୍ତର ଭ୍ରମ।।
ପାହାନ୍ତାରୁ ଆପେ ତାର ନିଦ ଯାଏ ଭାଜି
କର୍ମକୁ ବାହାରେ ଶିଘ୍ରେ ସୁପାତି ବରଜି।।
ନିଦ୍ରା ପରି ଆହାରେ ତା ନାହିଁ ଆଡମ୍ବର
ଲୁଣ ପଖାଳକୁ ମଧ୍ୟ କରେ ସେ ଆଦର।।
କିଆରୀରେ ଦେଖେ ଯେବେ ଫସଲର କେଣ୍ଡା
ଶ୍ରମ ଭୁଲି ଭାବେ ଫଳାଇଛି ସୁନା ମୁଣ୍ଡା।।
ବର୍ଷାରାଣୀ ଏକା ତାକୁ ହୋଇଲେ ସହାୟ
ନିର୍ବିକାରେ ଶ୍ରମ କରେ ନହୁଏ ଅଥୟ।।
ଅନ୍ୟ କେହି ନୁହେଁ ସିଏ ମୋ କୃଷକ ଭାଇ!
ଯଥାର୍ଥରେ ତାକୁ ଏକା କର୍ମବୀର କହି।।
ଘନଶ୍ୟାମ ତ୍ରିପାଠୀ
ବୀଏମ୍ ପୁର
ସୁବର୍ଣ୍ଣପୁର
Readers Interaction