Read Time:3 Minute, 31 Second
ନମୋ ଗଣନାଥ ଗଉରୀ ନନ୍ଦନ
ସର୍ବ ବିଘ୍ନ ନାଶକାରୀ
ମଙ୍ଗଳ ମୂରତି ଆହେ ବିଦ୍ୟାପତି
ମାୟାକରାସୁର ଅରି।।
ଅଗ୍ରପୂଜ୍ୟ ଆହେ! ସିଦ୍ଧି ବିନାୟକ
ତୁମ ନାମେ ସର୍ବସିଦ୍ଧି
ଅମଙ୍ଗଳ ସଦା ରହିଥାଏ ଦୂରେ
ତୁମକୁ ପାରେ ନା ଭେଦି।।
ଅନଳାସୁରର ଘୋର ଅତ୍ୟାଚାରେ
ଦେବେ ହୋଇଲେ ଅତିଷ୍ଠ
ଜଣାଇଲେ ଦୁଃଖ ଗିଳି ସେ ଦାନବେ
ନିବାରିଲ ତାଙ୍କ କଷ୍ଟ ।।
ଆସିଛି ଭାଦ୍ରବ ଶୁକଳ ଚତୁର୍ଥୀ
ତୁମ ପୂଜନ ଦିବସ
ଦଶଦିନ ଧରି ତୁମରି ପରଶେ
ସର୍ବେ ଲଭିବେ ସନ୍ତୋଷ।।
ପୁର-ପଲ୍ଲୀ ସବୁ ସୁରମ୍ୟ ତୋରଣେ
ଶୋଭା ପାଇବ ଅତ୍ୟନ୍ତ
ମୂର୍ତ୍ତି ସଂସ୍ଥାପନା ମେଢପରେ ତୁମ
ହୋଇ ଉଠିବ ଜୀବନ୍ତ।।
ମହା ଗଣପତି ସିଦ୍ଧି ବିନାୟକ
ମନକୁଲା ହଲବାଇ
କାନିପକମ୍ ଠାରେ ହୋଇବ ଉତ୍ସବ
ମୁଖେ ତ ନହୂଏ କହି।।
କରୋନା ପ୍ରକୋପେ ଆତଙ୍କିତ ସର୍ବେ
ରହିଅଛି କଟକଣା
ଫେଡ ଏ ସଙ୍କଟ ତବ ମହୋତ୍ସବ
ନ ହେଉ ଯେପରି ଊଣା ।।
ଘନଶ୍ୟାମ ତ୍ରିପାଠୀ
ବୀରମହାରାଜପୁର, ସୁବର୍ଣ୍ଣପୁର
Readers Interaction