ଗଣେଶ ଚତୁର୍ଥୀ – ବନ୍ଦିତା ସାହୁ

Views: 18
0 0
Read Time:2 Minute, 47 Second

 

ଭାଦ୍ରଵ ମାସର ଶୁକ୍ଳ ପକ୍ଷ ତିଥି

ଗଣେଶ ଚତୁର୍ଥୀ ସେହି

ମହା ଆଡମ୍ବରେ ପାଳନ୍ତି ସଭିଏଁ

ଭକତିର ଅର୍ଘ୍ୟ ଦେଇ।

ସିଦ୍ଧି ପ୍ରଦାୟକ ପ୍ରଭୂ ବିନାୟକ

ତୁମେ ହିଁ ତ ଜ୍ଞାନଦାତା

ତୁମରି ଆଶିଷେ ବିଦ୍ୟା ଲଭେ ଛାତ୍ର

ହୁଅଇ ଜଗତଜିତା।

ପୂଜା,ହୋମ,ଯଜ୍ଞ ବିବାହ ବ୍ରତରେ

ଅଗ୍ରପୂଜ୍ୟ ତୁମେ ଚିର

ତୁମ୍ଭ ଆବାହନ ବିନା ଯେ’ ନିଷ୍ଫଳ

ସକଳ ପୂଜା ଵିଧିର।

ଶୈଳଜା ନନ୍ଦିନୀ ଗଢିଲେ ମାନସେ

ତୁମ ରୂପ ଅବୟବ

ବୁଦ୍ଧି ସୁବିଦ୍ୟାର  ଭଣ୍ଡାର ଭରିଣ

ଆଶୀର୍ବାଦ ଦେଲେ ଦେବ।

ମାତାଙ୍କ ବଚନ ସତ୍ୟର ପାଳନ

କରି ହେଲ ଛିନ୍ନମସ୍ତା

ଗଜ ମସ୍ତକକୁ କରିଣ ଧାରଣ

ପୁତ୍ରଧର୍ମ କଲ ରକ୍ଷା।

ଆହେ ଲମ୍ବୋଦର ମୂଷିକ ଵାହନେ

କରିଲ ପରିକ୍ରମଣ

ପିତା ମାତା ବଡ଼ ସ୍ୱର୍ଗଠାରୁ ପୁଣି

ଦେଇଥିଲ ଦିବ୍ୟଜ୍ଞାନ।

ଗିରିଜା ନନ୍ଦନ ପ୍ରଭୁ ଗଜାନନ

ରିଦ୍ଧି ସିଦ୍ଧିଙ୍କର କାନ୍ତ

ବିଘ୍ନ ବିନାଶକ ହେ ପୂଜ୍ୟ ଗଣେଶ

ତୁମେ ଆଶୁତୋଷ ସୁତ।

ସକଳ ବିଘ୍ନର ବିନାଶକ ତୁମେ

ଦିଅ ବାରେ ଶୁଭାଶିଷ

ଲଡୁ ପ୍ରସାଦର ପ୍ରିୟ ବିନାୟକ

କର ସର୍ବ ଦୁଃଖ ନାଶ।

ବନ୍ଦିତା ସାହୁ

କୁସୁପୁର,ମାହାଙ୍ଗା,କଟକ

Share this :
Next Post

ଗଣେଶ ଚତୁର୍ଥୀ - ଘନଶ୍ଯାମ ତ୍ରିପାଠୀ

ନମୋ ଗଣନାଥ  ଗଉରୀ ନନ୍ଦନ         ସର୍ବ ବିଘ୍ନ ନାଶକାରୀ ମଙ୍ଗଳ ମୂରତି  ଆହେ ବିଦ୍ୟାପତି         ମାୟାକରାସୁର ଅରି।।  ଅଗ୍ରପୂଜ୍ୟ ଆହେ! ସିଦ୍ଧି ବିନାୟକ         ତୁମ ନାମେ ସର୍ବସିଦ୍ଧି   ଅମଙ୍ଗଳ ସଦା  ରହିଥାଏ  ଦୂରେ         ତୁମକୁ ପାରେ ନା ଭେଦି।।  ଅନଳାସୁରର  ଘୋର ଅତ୍ୟାଚାରେ     […]

Subscribe US Now