ଗଣେଶ ଚତୁର୍ଥୀ – ତେଜସ୍ବିନୀ ସାମଲ

Views: 28
0 0
Read Time:8 Minute, 11 Second

ନଖ ମଳିରେ ଜନମ ତୁମ

ପାର୍ବତୀଙ୍କ ହାତେ ଗଢା ଶରୀର

ଗଙ୍ଗା ମା ଠୁ ପାଇ ଜୀବନ୍ୟାସ 

ଶିବଙ୍କ ଠୁ ପାଇଲ ମସ୍ତକ 

ତ୍ରିପୁରା ନାହିଁ ଏମନ୍ତ ଶୋଭା

ତୁମେ ଯେ ରଵିଙ୍କ ଆଭା ।

ତୁମେ ଯେ ସିନ୍ଧି ତୁମେ ମୁକ୍ତି

ତୁମ ଵିନା ଯେ ନାହିଁ ଅନ୍ୟଗତି

ତୁମେ ଵିପଦ ନାଶନ, ମହା 

                    ଵିନାୟକ

 ତୁମେ ଯେଵେ ଧରାକୁ ଆସ 

                       ଧାଇଁ

ତୁମ ପାଇଁ ହୁଏ ପ୍ରସ୍ତୁତି

ଆଖିରୁ ନିଦ ଯାଏ ହଜି। 

ଭାଦ୍ରଵ ଶୁକ୍ଲ ଚତୁର୍ଥୀ 

ଆସେ ଗଣେଷ ପୂଜା

ପାର୍ବଣ ଋତୁର ପ୍ରଥମ ପର୍ଵ

ପଡେ ପ୍ରଭୁ ଗଜାନନ ଙ୍କର 

ପୁର ପଲ୍ଲୀ ହୁଏ ଉତ୍ସଵ ମୁଖରିତ

ନାଚି ଉଠେ ସାରା ସଂସାର। 

ଗଣେଷ ପୂଜା ଆସେ 

ଵିଦ୍ୟାନୁଷ୍ଠାନ ହୁଏ ଵଡ ଆଡମ୍ବର

ଚାଲେ ଭାରି ସାଜସଜ୍ଜା 

ମୂର୍ତ୍ତି ମଣ୍ଡପ ତୋରଣରେ ହୁଏ 

                         ଉଭା

ଵିଘ୍ନ ଵିନାଶକାରୀ , ଅଜ୍ଞାନ  

                 ଅନ୍ଧାରକାରୀ

ପାପଵିନାଶକାରୀ ପ୍ରାଣି ଜଗତ 

             କୁ ଉନ୍ଧାରନ୍ତି ଆସି ।

ସେହି ଦିନ ଛାତ୍ରଛାତ୍ରୀ ମନ ହୁଏ 

                         ଉଛନ୍ନ

ଗଣେଷ ଦେଵତାକୁ ଗୁହାରୀ 

                       କରି

ପ୍ରଣିପାତ କରନ୍ତି ମଥା ଲଗାଇ

କ୍ଷୀର ,ଗୁଡ ସାଥେ ଫଳମୂଳ 

                       ଦେଇ

ସଭିଏଁ ଦୁଃଖ ଜଣାନ୍ତି ମିଶି

ମନରେ ଆନନ୍ଦ ର ଲହରି ଖେଳି

            ଯାଏ କୂଳ ଲଂଘି।

ଭକ୍ତିରେ ଆଖି ଲୋତକ ରେ

               ଯାଏ ଭରି

ପାଠ ସହ ଆଶିଷ ମାଗନ୍ତି ବସି

ପ୍ରଭୁଙ୍କ ଆସିପାରେ ମନ ହୁଏ 

                     ପ୍ରଫୁଲ୍ଲ 

ଭୋକ ଶୋଷ ଭୁଲି ପିଲାଏ 

                  ହୁଅନ୍ତି ଏକତ୍ର 

ଗଣେଷ ଚତୁର୍ଥୀ ଆସଈ ଯେଵେ

ପିଲାଠୁ ବୁଢାଙ୍କ ପ୍ରାଣରେ ଭରେ

                ଅଫୁରନ୍ତ ଆନନ୍ଦ ।

ଆସେ ଗଣେଶ ଚତୁର୍ଥୀ 

ଲାଗେ ଉନ୍ମାଦନା ପ୍ରାଣ ହୁଏ 

             ଚିର ହରଷ

ହୋଇ ଆମୋଦିତ ସାଜନ୍ତି 

                  ଵିଭୋର

ହସିଉଠେ ପ୍ରକୃତିରାଣୀ ,ହସେ 

                 ସୁନ୍ଦର ବନ  ପ୍ରଭୁଙ୍କ ଆଗମନେ ଖେଳିଯାଏ 

         ଖୁସିର ଵାର୍ତ୍ତାବହ 

ପୁଲକିତ ହୁଏ ତନୁମନ। 

ଶିମିଳି ପଳାଶର ରକ୍ତିମ 

                   ଆଭାରେ

ନିର୍ମଳ ଆକାଶର ଧୀର ସମୀ

                       ରଣେ

ତୁମେ  ଯେଵେ ଆସିଯାଓ

ସାରା ତ୍ରିଲୋକ କରେ କମ୍ପନ

ମହାଵିନାୟକ ହେ ଶ୍ରୀଖଣ୍ଡି 

                    ନାଶନ

ତୁମ ପୂଜାରେ ସିନ୍ଧି ହୁଏ ପ୍ରାପ୍ତ ।

ହେ ଗଜାନନ ପ୍ରଭୁ ତୁମ ପାଶେ

                    ଗୁହାରୀ ମୋର

ତୁମରି ଆଶିଷେ ଵିତିଛି 

                       ଜୀଵନ

ଆଉ କିଛି  ନ ଲୋଡା ନାହିଁ ମୋ

ତୁମେ ଆଦ୍ୟ ତୁମେ ଓଁ କାର

ତୁମେ ହିଁ ପରମ ଶ୍ରେଷ୍ଠ

ତୁମ ଛତ୍ର ଛାୟା ତଳେ ରହି ପିଣ୍ଡ

               ରୁ ଯାଉ ପ୍ରାଣ ।

      

ତେଜସ୍ଵିନୀ ସାମଲ

ରାଜକନିକା, କେନ୍ଦ୍ରାପଡ଼ା 

ଅଧ୍ୟାପିକା

ତୁଳସୀ ମହିଳା ମହାବିଦ୍ୟାଳୟ

Share this :
Next Post

ଗଣେଶ ଚତୁର୍ଥୀ - ବନ୍ଦିତା ସାହୁ

  ଭାଦ୍ରଵ ମାସର ଶୁକ୍ଳ ପକ୍ଷ ତିଥି ଗଣେଶ ଚତୁର୍ଥୀ ସେହି ମହା ଆଡମ୍ବରେ ପାଳନ୍ତି ସଭିଏଁ ଭକତିର ଅର୍ଘ୍ୟ ଦେଇ। ସିଦ୍ଧି ପ୍ରଦାୟକ ପ୍ରଭୂ ବିନାୟକ ତୁମେ ହିଁ ତ ଜ୍ଞାନଦାତା ତୁମରି ଆଶିଷେ ବିଦ୍ୟା ଲଭେ ଛାତ୍ର ହୁଅଇ ଜଗତଜିତା। ପୂଜା,ହୋମ,ଯଜ୍ଞ ବିବାହ ବ୍ରତରେ ଅଗ୍ରପୂଜ୍ୟ ତୁମେ ଚିର ତୁମ୍ଭ ଆବାହନ ବିନା ଯେ’ ନିଷ୍ଫଳ ସକଳ ପୂଜା ଵିଧିର। ଶୈଳଜା ନନ୍ଦିନୀ ଗଢିଲେ ମାନସେ ତୁମ […]

Subscribe US Now