ଗଣେଶ – ସଞ୍ଜୟ ସାହୁ

Views: 22
0 0
Read Time:3 Minute, 25 Second

 

ଏଇ ବର୍ଷ ଜମା     ମର୍ତ୍ତ୍ୟକୁ ଯିବିନି

      ଉପାସରେ ରହି ଯାଉଛି

ପଶୁଠାରୁ ହିଂସ୍ର    ମଣିଷ ହେଲାଣି

     ସଂଖ୍ୟା ତାର ବଢ଼ି ଯାଇଛି

      ଚିନ୍ତା ମୋର ବଢ଼ି ଯାଉଛି,

ଦେଇଥିବା ଜ୍ଞାନ    କି’ କାମେ ଲାଗୁଛି

      ଭରସା ମୋ ତୁଟି ଯାଉଛି।

ଲଡୁ ଲୋଭେ ସିନା     ଯାଉଥିଲି ମୁହିଁ

       ଦେଖାଇ ଥନ୍ତଲ ପେଟ

ସବୁ ଜାଗାରେ ମୁଁ       ଯାଉଥିଲି ବସି

       ଛକ ହେଉ ଅବା ହାଟ

        ସଭିଏଁ ଙ୍କୁ ଭାବି ଚାଟ,

ଫୁଲ-ଫଳ-ଲଡୁ       ହଜମ କରେ ମୁଁ

       ଥିଲେ ଥାଉ ଭଙ୍ଗା ଦାନ୍ତ।

ସହିଥିଲି କେତେ         ବର୍ଷ ବର୍ଷ ଧରି

         ମଦୁଆ ଙ୍କ ଧଣ୍ଡ ନାଚ

ବଡ କାନ ବୋଲି        ସହି ଯାଉଥିଲି

       ବାତେରା ଙ୍କ ଡିଜେ ନାଚ

         ପେଣ୍ଡାଲ୍ କୁ କରି ମଞ୍ଚ,

ମୋ ପୂଜା ନାଆଁ ରେ ଚାନ୍ଦା ପ‌ଇସାରେ

         ପିଇ ଯାଉଛନ୍ତି ପୋଚ।

ଜାତି-ଭାଇ ଙ୍କୁ ମୋ   ଦେଇଛ ମରଣ

      ସପୁରୀ ରେ ବାଣ ଦେଇ

ସମାଧିରେ କଣ୍ଟା    ଦେଇଛ ବାଡ଼େଇ

         ଶୁଣ୍ଢ ନ ଘଷିବା ପାଇଁ

        ଲୋକଙ୍କୁ ଭରଷା ନାହିଁ,

ସନ୍ଦେହ ହେଉଛି     ଲଡୁ ସାଥେ କିଛି

        କିଏ ଦେବ ନ ମିଶେଇ!

ସଞ୍ଜୟ ସାହୁ

ବଡମ୍ବା

କଟକ

Share this :
Next Post

ଗଣେଶ ଚତୁର୍ଥୀ - ତେଜସ୍ବିନୀ ସାମଲ

ନଖ ମଳିରେ ଜନମ ତୁମ ପାର୍ବତୀଙ୍କ ହାତେ ଗଢା ଶରୀର ଗଙ୍ଗା ମା ଠୁ ପାଇ ଜୀବନ୍ୟାସ  ଶିବଙ୍କ ଠୁ ପାଇଲ ମସ୍ତକ  ତ୍ରିପୁରା ନାହିଁ ଏମନ୍ତ ଶୋଭା ତୁମେ ଯେ ରଵିଙ୍କ ଆଭା । ତୁମେ ଯେ ସିନ୍ଧି ତୁମେ ମୁକ୍ତି ତୁମ ଵିନା ଯେ ନାହିଁ ଅନ୍ୟଗତି ତୁମେ ଵିପଦ ନାଶନ, ମହା                      […]

Subscribe US Now