ଗଣପତି ଗଜାନନ ଅଗ୍ରପୂଜ୍ଯ ସବୁ ସ୍ଥାନ
ରିଦ୍ଧି ସିଦ୍ଧି ସାଥେ ଧରି କରନ୍ତି ପ୍ରାତଃ ଭ୍ରମଣ ।
ମାତା ପ୍ରାଣ ହାତେ ଗଢି ସ୍ନାନ ସମୟେ ମଳି କାଢି
ଦ୍ବାର ସମ୍ନାରେ କରିଦେଲେ ଦ୍ବାରପାଳ କରି ଛାଡି ।
ପିଣ୍ଡେ ପ୍ରାଣ ପରେ ମହାଦେବଙ୍କ ସଂଙ୍ଗେ ଯୁଦ୍ଧ କଲ
ପିତାଙ୍କ ସଂଙ୍ଗେ ଯୁଦ୍ଧ କରି ତୁମେ ପରାସ୍ତ ହେଲ ।
ପରାସ୍ତ ସେ ନୁହେଁ ନିଜର ଶିର ତୁମେ ହରାଇଲ
ସେହି ଦିନ ଠାରୁ ଗଜାନନ ତୁମେ ବୋଲାଇଲ ।
ବ୍ଯସଦେବ ଚାହୁଁଥିଲେ କରିବେ ବେଦ ରଚିତ
ଶିବ ପାର୍ବତୀଙ୍କୁ ମିଳିକି ମାଗିଲେ ସେ ତାଙ୍କ ସୁତ ।
ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଲ ଜିଣିଲ ଶିବଙ୍କ ମୁଣ୍ଡ
ବୁଲି ତାଙ୍କ ପାଖ କହିଲ ଏହି ମୋ ବିଶ୍ବ ବ୍ରହ୍ମାଣ୍ଡ ।
ବୁଦ୍ଧିତ ତୁମର ଅତିବ ପ୍ରଖର ସରି ହେବ ତୁମ କିଏ
ଗିରିଜା ନନ୍ଦନ ପ୍ରଭୁ ସବୁଯାଗା ପୂଜାପାଏ ପରା ସିଏ ।
ସବୁରି ପ୍ରଥମେ ଗଣନାଥଙ୍କର ହୁଏ ପୂଜା
ବାହନ ମୂଷିକ ହାତରେ ଲଡୁଥାଏ ସଜା ।
ଗୌରିଙ୍କ ସୂତ ପଭୋ ଲମ୍ବୋଦର ପଇତା ଲାଗେ ସୁନ୍ଦର
ପୂଜାରେ ତୁମ ଲଡୁ ସହିତ ଯବା ମାଳକୁ ବଡ ଆଦର ।
ହାତରେ ମୋହର ପୂଜାର ଥାଳ ପୂଜିବି ତୁମ ପୟର
ମହିତଳ ରହି ସମସ୍ତ ମାନବ ପୂଜିବେ ସେ ନିରନ୍ତର ।
ଅମରଜିତ ମଲ୍ଲିକ
ବଡମ୍ବା
କଟକ
Readers Interaction