ଜୀବନରେ ପ୍ରେମର ସ୍ପର୍ଶ – ସୁରଞ୍ଜିକା ମୁନି

Views: 28
0 0
Read Time:1 Minute, 58 Second

ସୂର୍ଯ୍ୟ ର ପ୍ରଥମ କିରଣ

ପ୍ରଥମ ବର୍ଷା ରେ ମାଟିର ମହକ,

ଜହ୍ନ ର ଶୀତଳ ଜ୍ୟୋତ୍ସ୍ନା 

ପ୍ରକୃତିର ସେଇ ଅପୂର୍ବ ଝଲକ.

ଜୀବନ ତ ଚାଲିଛି ସମୟ ସାଥିରେ

ପ୍ରଗତିର ପଥରେ ଏକାନ୍ତ ନୀରବରେ,

ସବୁଠି ବିଛୁରିତ ସ୍ନେହର କିରଣ

ସେଠୁ ସାଉଁଟି ନେବି ବଞ୍ଚିବାର କାରଣ.

ସାତ ରଙ୍ଗର ମିଳନରେ ପ୍ରେମର ରଙ୍ଗ

ବିଶ୍ୱାସ ଆଉ ତ୍ୟାଗ ରେ ଝଲସେ ସେ ରଙ୍ଗ.

ସେ ଯେମିତି ଫୁଲଠୁବି କୋମଳ

ପ୍ରଜାପତିଠୁ ବି ଚଞ୍ଚଳ,

କୋମଳ ହାତରେ ଧରିଲେ ପ୍ରଫୁଲ୍ଲ

ଧରିନ ପାରିଲେ ପାଇବା ହୁଏ ବିରଳ.

ଶୁଣିଛି ପ୍ରତୀକ୍ଷା ହେଲା ମିଳନର ପାହାଚ

ସେଥିରେ ଥାଏ ପାଇବାର ଆଶା ଆଉ ବଞ୍ଚିବାର କାରଣ.

ପ୍ରେମ ଆଜିବି ଜୀବିତ ହସ ଆଉ ଲୁହରେ

ଜୀବନ ଚାଲିଛି ଟିକେ ଆଶା ଆଉ 

ଭରସାରେ.

ସୁରଞ୍ଜିକା ମୁନି

Share this :
Next Post

ହେ ପ୍ରଭୁ ଗଣନାୟକ - ବିଜୟ କୁମାର ପଟ୍ଟନାୟକ

  ରାଗ,,,,ଚୋ ଖି ହେ ପ୍ରଭୁ ଗଣନାୟକ ତୁମ୍ଭେ ବୁଧି ପ୍ରଦାୟକ ଭାଦ୍ରବ ଚତୁର୍ଥୀ  ପ ଡେ ତୁମ୍ଭ ଦିବସ ସବୁ ଛାତ୍ର ଛାତ୍ରୀ ଙ୍କ ର ତୁମ୍ଭ ଉପରେ ଅପାର ବିଶ୍ୱାସ ରହିଛି ବିଦ୍ୟା ଦେବ  ଅବଶ୍ୟ ସ୍ନାନ ବ୍ରତ ଉପବାସ ରେ ଗଣନାଥ ଙ୍କୁ ପୂଜନ୍ତି ଶ୍ରଦ୍ଧା ଚିତରେ,,,,,1 ତୁମ୍ଭ ଜନ୍ମ ର ବୃତ୍ତାନ୍ତ ପାର୍ବତୀ ଙ୍କ ଅଂଗୁ ଯାତ ମହାଦେବ ଏ କଥା କୁ ଜାଣନ୍ତି […]

Subscribe US Now