ଯୁଦ୍ଧ ଅବଶ୍ୟମ୍ଭାବୀ – ସୀମାଞ୍ଚଳ ପଣ୍ଡା

Views: 30
0 0
Read Time:4 Minute, 55 Second

 

ମଧ୍ୟପ୍ରାଚ୍ୟେ ବାଜିଲାଣି ରଣର ଦୁନ୍ଦୁଭି

ଶୁଭି ଯାଏ ରଣ ଭେରୀ

ଅଧୀରେ ବିଧିରେ,

ଆମେରିକା, ଇରାନର

ଶତ୍ରୁତା କାରଣେ।

ତୁର୍କୀ, ଗ୍ରୀସ୍ ମହାରଣ

ମୁହାଁ ମୁହିଁ ଯୁଦ୍ଧ ତରୀ ଅବିଶ୍ୱାସ ପଣେ।

କରୋନା ଖଳନାୟକ ଚୀନ

ବିସ୍ତାରବାଦୀ ଅବଧାନ,

ଦକ୍ଷୀଣ ଚୀନ ସାଗରେ ଦାଦାଗିରି

ଜଗତକୁ କଲାଣି ଉଚ୍ଛନ୍ନ,ସୀମାତିକ୍ରମଣ

ଚାଇନାତ ଡାକିଆଣେ ସରଜିବ ରଣ,

ଆମେରିକା, ଅଷ୍ଟ୍ରେଲିଆ,ଜାପାନ,

ତାଇୱାନ,ମିଳିତରେ କରିବାକୁ ରଣ

ଯୁଦ୍ଧ ତରୀମାନ ଏବେ ହୁଏ ସମ୍ମେଳନ।

ଅଶାନ୍ତ ବେଲାଋଷ୍ ଆନ୍ଦୋଳନ

ଆମେରିକା ଅଧିକାରରୁ

ପାଇବାକୁ ମୁକ୍ତି,

ଋଷ ଆମେରିକା ପରଖିବେ ଆପଣାର

ଶକ୍ତି।

ଭାରତର ସୀମାନ୍ତ ଅଶାନ୍ତ,

ଚୀନ ଆଉ ପାକିସ୍ତାନ ମିଳି, କରିଯିବେ

ଭାରତ ସଙ୍ଗତେ ମହାରଣ ଛାଡ଼ି ଲେଣି

ରଡ଼ି।

ପାକିସ୍ତାନ, ଆଫଗାନିସ୍ତାନ ସୀମାନ୍ତରେ

ଯୁଦ୍ଧ ଘନଘଟା ମହାଶୂନ୍ୟ ପଡିବକି

ଛିଡ଼ି?

ସମଗ୍ର ପୃଥିବୀ ମହାଯୁଦ୍ଧ ଦ୍ୱାର ଦେଶେ

ଉଭା ,ବିଶ୍ୱ ସାରା ଯୁଦ୍ଧର ତାଣ୍ଡବ,

ଭାରତ ବି ପଛେ ନାହିଁ, ମହାଭାରତ      

ରଣେ ବା ତୁତୀୟ ପାଣ୍ଡବ,

ଯୁଦ୍ଧ, ଅସ୍ତ୍ରଶସ୍ତ୍ର,ବିମାନ,କମାଣ

ଦୈନନ୍ଦିନ ହୁଏ ପ୍ରଦର୍ଶନ,

ଲାଗିବକି ତୃତୀୟ ମହାସମର ବିଶ୍ୱବାସୀ

ହେଲେଣି ଉଚ୍ଛନ୍ନ !!

ଆଶଙ୍କା ଉପୁଜେ ମନେ,

ମଣିଷକୁ କିଏ ଚିହ୍ନେ?

ଅହଂକାରୀ ମଣିଷର ରଣସଜ୍ଜା  

ଦେଖି ମନେହୁଏ ସତେ,ପୁଣି ଥରେ 

ମଣିଷକି ପାଇଯିବ ରଣେ ସଜା,

ବ୍ୟବହାର ହୋଇବକି ପରମାଣୁ ବୋମା?

ମହାଶୂନ୍ୟେ ସଙ୍ଗ୍ରାମର ଚାଲଇ 

ପ୍ରସ୍ତୁତି,

ଆମେରିକା,ଋଷ,ଚୀନ ଲାଗିଛନ୍ତି

ହୋଇବାକୁ ବିଶ୍ୱ ମହାଶକ୍ତି,

ଭାରତ ବି ନାହିଁତ  ପଛରେ

ଉପଗ୍ରହ ଭେଦି ଶସ୍ତ୍ର କଲାଣି ପରୀକ୍ଷା

ପୁଣି ଥରେ ସମରେ କି କରିବ

ପରୀକ୍ଷା !!  

ପୃଥିବୀକୁ ଘାରେ ଆଜି ପରମାଣୁ ଭୟ,

ମୁର୍ଖ ଶକ୍ତି ପ୍ରୟୋଗେକି କରିବ ବିଜୟ?

ନ ରହିବ ଜୟ ପରାଜୟ,

ଏକାବେଳେ ଘଟିଯିବ

 ମହା ବିପର୍ଯ୍ୟୟ!!

ନ ହୋଇବ ଥୟ, ସଂସାର ବିଲୟ ହେବ

ଘୋଟିବ ପ୍ରଳୟ !!!

ସୀମାଞ୍ଚଳ ପଣ୍ଡା,ଶିକ୍ଷକ

ଡେଙ୍ଗାଡି,ଗଞ୍ଜାମ,

  

  

Share this :
Next Post

ଜୀବନରେ ପ୍ରେମର ସ୍ପର୍ଶ - ସୁରଞ୍ଜିକା ମୁନି

ସୂର୍ଯ୍ୟ ର ପ୍ରଥମ କିରଣ ପ୍ରଥମ ବର୍ଷା ରେ ମାଟିର ମହକ, ଜହ୍ନ ର ଶୀତଳ ଜ୍ୟୋତ୍ସ୍ନା  ପ୍ରକୃତିର ସେଇ ଅପୂର୍ବ ଝଲକ. ଜୀବନ ତ ଚାଲିଛି ସମୟ ସାଥିରେ ପ୍ରଗତିର ପଥରେ ଏକାନ୍ତ ନୀରବରେ, ସବୁଠି ବିଛୁରିତ ସ୍ନେହର କିରଣ ସେଠୁ ସାଉଁଟି ନେବି ବଞ୍ଚିବାର କାରଣ. ସାତ ରଙ୍ଗର ମିଳନରେ ପ୍ରେମର ରଙ୍ଗ ବିଶ୍ୱାସ ଆଉ ତ୍ୟାଗ ରେ ଝଲସେ ସେ ରଙ୍ଗ. ସେ ଯେମିତି ଫୁଲଠୁବି […]

Subscribe US Now