ଜୟ ଜୟ ଗଣନାଥ ମହାପ୍ରଭୁ ଜୟ ଗଉରୀ ନନ୍ଦନ
ବିଦ୍ୟା ବୁଦ୍ଧି ଜ୍ଞାନ ପ୍ରଦାୟକ ପ୍ରଭୁ ଅଟ ତୁମେ ଭଗବାନ।(୧)
ଜୟ ଜୟ ଗଣନାଥ ମହାପ୍ରଭୁ ଜୟ ଜୟ ଗଜାନନ
ତବ ଶ୍ରୀଚରଣେ କରଯୋଡି ମୁହିଁ କରୁଅଛି ନିବେଦନ।(୨)
ଆହେ ଗଜାନନ କରୁଛି ସ୍ମରଣ ଦିଅ ମୋତେ ବୁଦ୍ଧି ଜ୍ଞାନ
ଦିବା ନିଶି ମୁହିଁ ତୁମ ସେବା କରି ଗାଉଥିବି ଜୟ ଗାନ।(୩)
ବିଦ୍ୟାର ଭଣ୍ଡାର ଧରି ଅଛ କର ପ୍ରଭୁ ମୂଷିକ ବହନ
ଆକୁଳେ ମାଗୁଛି ଆହେ ଗଣପତି ଦିଅ ପ୍ରଭୁ ବିଦ୍ୟା ଦାନ।(୪)
ତୁମ୍ଭ କୃପାବଳେ ମୁର୍ଖ ହୁଏ ଜ୍ଞାନୀ ଜାଣି ଛନ୍ତି ଜଗତରେ
ମୋ ବେଳକୁ କିମ୍ପା ନ ଶୁଣୁଛ ପ୍ରଭୁ ଡାକୁଛି ଅତି ଅତୁରେ।(୫)
ଭଲ ବାଟ ଭଲ ବୁଦ୍ଧି ଦିଅ ମୋତେ କରୁଅଛି ମୁ ମିନତି
ଭଲ କାମ କରି ରଖିବି ମୁ ଯଶ ଦିଅ ମୋତେ ଏ ଶକତି।(୬)
ଧର୍ମ ପଥେ ପ୍ରଭୁ ଘେନି ଯାଅ ମୋତେ ଏତିକି ମାଗୁଣି ମୋର
ଜ୍ଞାନର ଅଲୋକେ କର ଆଲୋକିତ ବିନତି କରେ ଈଶ୍ୱର।(୭)
ଜୟ ଜୟ ଗଣନାଥ ମହାପ୍ରଭୁ ଜୟ ଜୟ ଗଣପତି
କରହେ ସୁଦୟା ତବ ପାଦତଳେ ସଦା ରହୁ ମୋର ମତି।(୮)
ଈଶ୍ୱର ଚନ୍ଦ୍ର ସାହୁ
ଗ୍ରାମ:- ପଲସାଗୋରା
ପୋ:- ବଘିଆବାହାଲ
ଜିଲ୍ଲା:- ବୌଦ୍ଧ
Readers Interaction