ଜ୍ଞାନ ଦାତା ଗଣେଶ – ଶ୍ରୀମତୀ ସବିତା ଶୁକ୍ଲା

Views: 34
0 0
Read Time:4 Minute, 15 Second

 

ଓମ୍ ଗଣାନାଂ ତ୍ୱା ଗଣପତିଁ ହବାମହେ ପ୍ରିୟାଣାଂ ତ୍ଵା ପ୍ରିୟପତିଁ ହବାମହେ ନିଧିନାଂ ତ୍ଵା ନିଧିପତିଁ ହବାମହେ ବସୋ ମମ। ଅହମଜାନି ଗର୍ଭଧମା ତ୍ଵମଜାସି ଗର୍ଭଧମ୍।(ଯଜୁଃ ୨୩-୧୯)

ଜ୍ଞାନର ଭଣ୍ଡାର ଅଟନ୍ତି 

ଜ୍ଞାନ ଦାତା ଗଣେଶ,

ତାଙ୍କୁ ଭକ୍ତିଭରେ ପୂଜିଲେ 

ବିଦ୍ୟା ହେବ ବିଶେଷ।1।

ଗଣେଶ କିଏସେ ବୁଝିବା 

ଆମ ହୃଦେ ବିଚାରି,

ଜ୍ଞାନ ଅନ୍ୟ ନାମ ଗଣେଶ

ବୁଦ୍ଧେ ଅଛନ୍ତି ବରୀ।2।

ଜ୍ଞାନ ଗଣେଶଙ୍କୁ ପୂଜିଲେ

ବିଦ୍ୟା ହୁଏ ସାଧନ 

ପୂଜା ଅର୍ଥ ହୁଏ ସାଧନା

ନୁହେଁ ଫୁଲ,ଚନ୍ଦନ।3।

ଗଣେଶ ଆଶିଷେ ଲଙ୍ଘଇ 

ଜ୍ଞାନ ଗିରି ଗୁଆଁର,

ଜ୍ଞାନର ଆଲୋକ ଜଳିଲେ 

ଦୂର ହେବ ଅନ୍ଧାର।4।

ସତେ କିବା ଫୁଲ ଚନ୍ଦନେ

ଦିନେ ଗଣେଶ ପୂଜି,

ସତେକି କେ ଜ୍ଞାନୀ ହୋଇଛି

ବିଦ୍ୟାଭ୍ୟାସ ବରଜି।5।

ବାରମ୍ବାର ଶାସ୍ତ୍ର ପଠନେ

ହୁଏ ଜ୍ଞାନ ବର୍ଦ୍ଧନ,

ତାହା ଅଟେ ଶ୍ରେଷ୍ଠ ସାଧନ

ଗଣେଶଙ୍କ ପୂଜନ।6।

ପୂଜା ଅର୍ଥ ବିଦ୍ୟା ସାଧନ

ଯଦି ସାଧିବ କେହି,

ନିଶ୍ଚୟ ସୁଫଳ ଲଭିବ

ତିଳେ ସନ୍ଦେହ ନାହିଁ।7।

କେତେ ବର୍ଷ ମାସ ପୂଜିଲେ 

ଏହି ପରି ଗଣେଶ,

ତିଳେ କିବା ଜ୍ଞାନ ଲଭିବା

ବୁଝ ବିଜ୍ଞ ବିଶେଷ।8।

ପ୍ରତୀକାତ୍ମକ ଜ୍ଞାନ ଦାତା

ସେ ଗଣେଶ ମୂରତି,

କର୍ଣ୍ଣ ଉଦର ଥୋର ହସ୍ତ

ଚକ୍ଷୁ ଜ୍ଞାନ ପ୍ରାପତି।9।

ସବୁ ଶୁଣି ଗର୍ଭେ ସାଇତି

ହୁଅ ସୁକ୍ଷ୍ମ ଦରଶୀ,

ଲମ୍ଭୋଦର ନାମ ସାର୍ଥକ

ବହୁ ଶାସ୍ତ୍ର ଦରଶୀ।10।

ଉଚ୍ଚ ଆଶା କରି ସଭିଏଁ 

କର ଗଣେଶ ପୂଜା,

ଗୁରୁ ଜ୍ଞାନ ଦାତା ସମ୍ମାନେ

ଉଡ଼େ କିରତି ଧ୍ଵଜା।11।

ଗଣେଶଙ୍କ ନୀତି ଆଦର୍ଶେ

ନିଷ୍ଠା ମଧ୍ୟେ ପ୍ରତିଷ୍ଠା,

ଆଶିଷ ଦିଅନ୍ତୁ ଗଣେଶ 

ଆହେ ସୃଷ୍ଟିର ସ୍ରଷ୍ଟା।12।

ଶ୍ରୀମତୀ ସବିତା ଶୁକ୍ଲା

ରାକମା,ଭାପୁର

ନୟାଗଡ

Share this :
Next Post

ବିଘ୍ନ ହରତାଙ୍କ ଛାୟାରେ - ସୁରଞ୍ଜିକା ମୁନି

  ଗଣାଧିପତି ଗଣଦେବତା ଜନାଧିପତିଙ୍କୁ ମୋରୋ ପ୍ରଣାମ. ପୂଜାର ପ୍ରଥମ ଅକ୍ଷର ସେ ପୁଣି ପ୍ରାର୍ଥନା ର ପ୍ରଥମ ସ୍ୱର, ଆଶାର ପ୍ରଥମ କିରଣ  ସେ ପୁଣି ଦୁଃଖ ପ୍ରଥମ ସ୍ବପ୍ନ. ବିଶ୍ୱର ପ୍ରଥମ ପ୍ରତିଷ୍ଠା ସେ ଯେ ପୁଣି ଜୀବନ ର ସେ ହିଁ ବାସ୍ତବତା. ପଥର ପ୍ରଥମ କ୍ଲାନ୍ତି ସେ ଯେ ପୁଣି ମନର ପ୍ରଥମ ଚଞ୍ଚଳତା. ଦିନ ପରେ ରାତିର ଚଳନ ଦୁଃଖ ପରେ ସୁଖର […]

Subscribe US Now