ନମୋ ଗଜାନନ ବିଘ୍ନରାଜ ତୁମେ – କଳ୍ପନା ରାୟ

Views: 21
0 0
Read Time:2 Minute, 1 Second

 

ନମୋ ଗଜାନନ ବିଘ୍ନରାଜ ତୁମେ

ଵିଘ୍ନହର୍ତ୍ତା ଅଟ ସବୁରି

ଯଜ୍ଞାୟକ ତୁମ୍ଭେ ପ୍ରଥମ ଦେବତା

ସବୁ ଯଜ୍ଞର ଦୂର କର ଅରି

     ନମୋ ଗଜାନନ ବିଘ୍ନରାଜ ତୁମେ

ଏକଦନ୍ତ ନାମ ବକ୍ୟତୁଣ୍ଡ ପୁଣି

ଭାଲଚନ୍ଦ୍ର ଆଉ ଦାମୋଦର

ମଙ୍ଗଳମୂର୍ତ୍ତି ଵିନାୟକ ନାମ

ସବୁ କଠିନତା ଦୂର କର

    ନମୋ ଗଜାନନ ଵିଘ୍ନରାଜ ତୁମେ

ବିଘ୍ନରାଜେନ୍ଦ୍ର ଅଟ ବିକଟ

ଧୂମ୍ରବର୍ଣ୍ଣ ପୁଣି ଗଜବକ୍ର

ହାତୀମୁଖ ଧରି ତୁମେ ଶିବଠାରୁ

ହେଲା ତୁମ ତୁଣ୍ଡ ବକ୍ର

    ନମୋ ଗଜାନନ ଵିଘ୍ନରାଜ ତୁମେ

ବକ୍ର ତୁଣ୍ଡ ହୋଇ ଵିଘ୍ନ ନାଶ କର

ନାମ ଅଟେ ଵିଘ୍ନନାଶନ

ଗଣଙ୍କର ପତି ଆହେ ଗଣପତି

ପାପ ସବୁ କର ମୋଚନ

    ନମୋ ଗଜାନନ ଵିଘ୍ନରାଜ ତୁମେ

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,

ଲଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,

ଲଇଡା, ସମ୍ବଲପୁର

Share this :
Next Post

ଜ୍ଞାନ ଦାତା ଗଣେଶ - ଶ୍ରୀମତୀ ସବିତା ଶୁକ୍ଲା

  ଓମ୍ ଗଣାନାଂ ତ୍ୱା ଗଣପତିଁ ହବାମହେ ପ୍ରିୟାଣାଂ ତ୍ଵା ପ୍ରିୟପତିଁ ହବାମହେ ନିଧିନାଂ ତ୍ଵା ନିଧିପତିଁ ହବାମହେ ବସୋ ମମ। ଅହମଜାନି ଗର୍ଭଧମା ତ୍ଵମଜାସି ଗର୍ଭଧମ୍।(ଯଜୁଃ ୨୩-୧୯) ଜ୍ଞାନର ଭଣ୍ଡାର ଅଟନ୍ତି  ଜ୍ଞାନ ଦାତା ଗଣେଶ, ତାଙ୍କୁ ଭକ୍ତିଭରେ ପୂଜିଲେ  ବିଦ୍ୟା ହେବ ବିଶେଷ।1। ଗଣେଶ କିଏସେ ବୁଝିବା  ଆମ ହୃଦେ ବିଚାରି, ଜ୍ଞାନ ଅନ୍ୟ ନାମ ଗଣେଶ ବୁଦ୍ଧେ ଅଛନ୍ତି ବରୀ।2। ଜ୍ଞାନ ଗଣେଶଙ୍କୁ ପୂଜିଲେ ବିଦ୍ୟା […]

Subscribe US Now