ଗଣେଶ ଚତୁର୍ଥୀ – ସାଗରୀକା ପାଣିଗ୍ରାହୀ

Views: 35
0 0
Read Time:4 Minute, 58 Second

ବିଘ୍ନ ବିନାଶନ  ଗିରିଜା ନନ୍ଦନ 

    ବନ୍ଦଇ ତୁମ ପୟର

ସର୍ବ ଦେବ ମଧ୍ୟେ  ଅଗ୍ର ପୂଜ୍ୟ ତୁମେ 

    ପ୍ରଣତି ଘେନ ମୋହର ।

ଭାଦ୍ର ଶୁକ୍ଳପକ୍ଷ  ଚତୁର୍ଥୀ ତିଥିରେ 

     ଜନମ ଅଟେ ତୁମର ।

ତୁମେ ବିଘ୍ନହର୍ତ୍ତା   ତୁମେ ବିଦ୍ୟାଦାତା 

     ପୂଜିଥାନ୍ତି ନାରୀନର ।

ଗୌରୀ ମଳିରୁ ଜାତ ତାଙ୍କ ପ୍ରିୟ ସୁତ 

      ଗୁମ୍ଫାର ଦ୍ବାର ଜଗିଲ 

ନନ୍ଦି ଭୃଙ୍ଗି ସଙ୍ଗେ  ସର୍ବ ଶିବଗଣେ 

   ଯୁଦ୍ଧେ ପରାସ୍ତ କରିଲ ।

ଶିବ କ୍ରୋଧେ ଅନ୍ଧ କଲେ ତୁମ ବଧ 

    ଭୂଇଁରେ ତୁମେ ଗଡିଲ 

ଗୌରୀଙ୍କ ରୋଦନ ସହି ନ ପାରିଣ 

    ଗଜେନ୍ଦ୍ର ବଦନ ହେଲ ।

ପିତା ମାତାଙ୍କର  ଚତୁର୍ଦ୍ଦିଗେ ପୁଣି 

   ପରିକ୍ରମା ତୁମେ କଲ 

ପିତା ମାତା ପଦେ  ବ୍ରହ୍ମାଣ୍ଡ ରହିଛି 

   ପ୍ରମାଣ ତୁମେ କରିଲ ।

କୁବେରର ଗର୍ବ  କରିଥିଲ ଖର୍ବ 

   ଅତିଥି ହୋଇଲ ଯାଇ 

ଅତିଥିଙ୍କୁ ଚର୍ଚ୍ଚା  କରି ନ ପାରିଣ 

   କୁବେର ଶରଣ ଯାଇ ।

ଏଇମିତି କଥା କେତେ କେତେ ଗାଥା 

  କି ବର୍ଣିବି ମୁହଁ ଛାର 

ଏଇ ଚତୁର୍ଥୀରେ  ବଗୁଲା ପୂଜାର 

  ମହତ୍ତ୍ଵ ତୁମେ କହିଲ ।

ପୁଣି ଏ ଚତୁର୍ଥୀ ସଙ୍କଟୀ ଚତୁର୍ଥୀ 

       ନାମରେ ହୋଇଲା ଖ୍ୟାତ 

ଦମୟନ୍ତି ଶୁଣି  ତୁମ ପୂଜା ପୁଣି 

     କରି, ନଳ ହେଲେ ପ୍ରାପ୍ତ ।

ତୁମ ପୂଜା ପରେ  ଚାନ୍ଦ ପୂଜା ଭଲେ 

      କରିଥାନ୍ତି ନରନାରୀ 

ନଳ ଦମୟନ୍ତି  ବଗୁଲା କଥାଟି 

 ନେଉଥାଏ ମନହରି ।

ଆହେ ଏକଦନ୍ତ  ଆହେ ଦୟାବନ୍ତ 

   ତିମିର ତମସା ଯାଉ ଅପସରି 

ଭେଦ ଭାବ ଭୁଲି ସର୍ବେ ହୋଇ ମେଳି 

   ପୂଜା କରନ୍ତୁ ସର୍ବେ ତୁମରି ।

ଦିଅ ଜ୍ଞାନ ବୁଦ୍ଧି  ହେଉ ସର୍ବ ସିଦ୍ଧି 

    ଏତିକି ମାଗୁଣୀ ମୋର 

ଆଜିର ଦିବସେ  ହସ ଖେଳୁ ମୁଖେ 

     ସର୍ବ ଜନ ଦୁଃଖ ହର ।

ସାଗରୀକା ପାଣିଗ୍ରାହୀ

Share this :
Next Post

ନମୋ ଗଜାନନ ବିଘ୍ନରାଜ ତୁମେ - କଳ୍ପନା ରାୟ

  ନମୋ ଗଜାନନ ବିଘ୍ନରାଜ ତୁମେ ଵିଘ୍ନହର୍ତ୍ତା ଅଟ ସବୁରି ଯଜ୍ଞାୟକ ତୁମ୍ଭେ ପ୍ରଥମ ଦେବତା ସବୁ ଯଜ୍ଞର ଦୂର କର ଅରି      ନମୋ ଗଜାନନ ବିଘ୍ନରାଜ ତୁମେ ଏକଦନ୍ତ ନାମ ବକ୍ୟତୁଣ୍ଡ ପୁଣି ଭାଲଚନ୍ଦ୍ର ଆଉ ଦାମୋଦର ମଙ୍ଗଳମୂର୍ତ୍ତି ଵିନାୟକ ନାମ ସବୁ କଠିନତା ଦୂର କର     ନମୋ ଗଜାନନ ଵିଘ୍ନରାଜ ତୁମେ ବିଘ୍ନରାଜେନ୍ଦ୍ର ଅଟ ବିକଟ ଧୂମ୍ରବର୍ଣ୍ଣ ପୁଣି ଗଜବକ୍ର ହାତୀମୁଖ […]

Subscribe US Now