ଗଣେଶ ଚତୁର୍ଥୀ – ସଂଗ୍ରାମ କିଶୋର ପରିଡା

Views: 42
0 0
Read Time:2 Minute, 4 Second

ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ

ଧରାପୃଷ୍ଠେ କର ଆଗମନ

ଭକ୍ତିରସେ ଚତୁର୍ଦିଗ ମହକାଅ

ପାର୍ବତୀ ନନ୍ଦନ ଗଜାନନ !

ଆଜି ଅଟେ ଏକ ପବିତ୍ର ଦିବସ

ପ୍ରେମମୟ ହୁଏ ପରିବେଶ

ଶୋଭାକାନ୍ତି ତୁମ ଲାଗେ ମନୋହର

ଦୁଃଖ ଶୋକ ମନୁ ହୁଏ ନାଶ !

ଚନ୍ଦନ ଚର୍ଚ୍ଚିତ ମହାବିନାୟକ

ଜ୍ଞାନ ପ୍ରଦାୟକ ଶମ୍ଭୁ ସୁତ

ପାଦପଦ୍ମେ ତୁମ୍ଭ ଭକ୍ତି ଅରପୁଛି

ଘେନ ମୋର ଅର୍ଘ୍ୟ ଗଣନାଥ ! 

ତୁମ୍ଭେ ଅଟ ଜ୍ଞାନ ଦୟାର ସାଗର 

ବୁଦ୍ଧି ସିଦ୍ଧି ଦାତା ଜ୍ଞାନେଶ୍ବର

ତୁମ୍ଭ ଆଶିର୍ବାଦେ କାର୍ଯ୍ୟ କରୁଥିଲେ 

ବିଘ୍ନ ହୁଏ ନାଶ ବିଘ୍ନନାଥ ! 

ସଦାଶିବ ନନ୍ଦନ ମୂଷିକ ବାହାନ 

ଅଗ୍ରପୂଜ୍ଯ ଦେବ ଲମ୍ବୋଦର 

ତୁମ୍ଭେ ସଭିଙ୍କର ପ୍ରଥମ ବନ୍ଦନ

ଗୌରୀ ନନ୍ଦନ ବିଦ୍ୟାଧର !

ସଂଗ୍ରାମ କିଶୋର ପରିଡା

ଭାଣପୁର

ପୁରୀ

Share this :
Next Post

ଗଣେଶ ଚତୁର୍ଥୀ - ସାଗରୀକା ପାଣିଗ୍ରାହୀ

ବିଘ୍ନ ବିନାଶନ  ଗିରିଜା ନନ୍ଦନ      ବନ୍ଦଇ ତୁମ ପୟର ସର୍ବ ଦେବ ମଧ୍ୟେ  ଅଗ୍ର ପୂଜ୍ୟ ତୁମେ      ପ୍ରଣତି ଘେନ ମୋହର । ଭାଦ୍ର ଶୁକ୍ଳପକ୍ଷ  ଚତୁର୍ଥୀ ତିଥିରେ       ଜନମ ଅଟେ ତୁମର । ତୁମେ ବିଘ୍ନହର୍ତ୍ତା   ତୁମେ ବିଦ୍ୟାଦାତା       ପୂଜିଥାନ୍ତି ନାରୀନର । ଗୌରୀ ମଳିରୁ ଜାତ ତାଙ୍କ ପ୍ରିୟ ସୁତ        ଗୁମ୍ଫାର […]

Subscribe US Now