ଗଣେଶ – ଶୁଭ୍ରାଂଶୁ ଭୂଷଣ ମେହେର

Views: 17
0 0
Read Time:1 Minute, 24 Second

ବିଘ୍ନ ବିନାଶନ ଆହେ ଗଜାନନ 

ଜ୍ଞାନ ଗୁରୁ ଭଗବାନ 

ଆଦ୍ୟେ ପୂଜା ତୋର ସର୍ବତ୍ର ହୁଅଇ 

ମଙ୍ଗଳ ମୟ ନିଧାନ 

ମୂଷିକ ବାହାନ ଆହେ ଗଜାନନ 

ତୋ ଠାରେ ଶରଣ ଗଲି 

ବିଦ୍ୟା ଦାତା ପ୍ରଭୁ ତୋ ପାଦେ ନମଇଁ 

ବିଦ୍ୟା କିଛି ଦେବୁ ବୋଲି 

ତୁ କୃପା କଲେ ମୁର୍ଖଟି ପଣ୍ଡିତ 

ପାର୍ବତୀ ପୁତ୍ର ଗଣେଶ 

ଆଦ୍ୟ ପୂଜ୍ୟ ଗଣନାଥ ବିନାୟକ 

ତୋ ପାଦ କଲି ମୁଁ ଆସ 

ଶୁ୍ଭ୍ରାଂଶୁ ଭୂଷଣ ମେହେର

ମୋ /ପୋ -ସାଲେପାଲି 

ଭାୟା -ଜରାସିଂହା 

ଜିଲ୍ଲା -ବଲାଙ୍ଗିର

Share this :
Next Post

ଗଣେଶ ଚତୁର୍ଥୀ - ସଂଗ୍ରାମ କିଶୋର ପରିଡା

ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ ଧରାପୃଷ୍ଠେ କର ଆଗମନ ଭକ୍ତିରସେ ଚତୁର୍ଦିଗ ମହକାଅ ପାର୍ବତୀ ନନ୍ଦନ ଗଜାନନ ! ଆଜି ଅଟେ ଏକ ପବିତ୍ର ଦିବସ ପ୍ରେମମୟ ହୁଏ ପରିବେଶ ଶୋଭାକାନ୍ତି ତୁମ ଲାଗେ ମନୋହର ଦୁଃଖ ଶୋକ ମନୁ ହୁଏ ନାଶ ! ଚନ୍ଦନ ଚର୍ଚ୍ଚିତ ମହାବିନାୟକ ଜ୍ଞାନ ପ୍ରଦାୟକ ଶମ୍ଭୁ ସୁତ ପାଦପଦ୍ମେ ତୁମ୍ଭ ଭକ୍ତି ଅରପୁଛି ଘେନ ମୋର ଅର୍ଘ୍ୟ ଗଣନାଥ !  ତୁମ୍ଭେ ଅଟ […]

Subscribe US Now