ହେ ମୋର ଭାଇ ଭଉଣୀ
ଭାରତୀୟ ମାନେ ।
ବଞ୍ଚିବାକୁ ନିଜ ମାଆ କୋଳେ ହେ ସ୍ବାଭିମାନୀ
ଚାହୁଁଛ ଯେବେ ବା ସ୍ବାଧିନେ
ବଞ୍ଚାଅ ଏ କୃଷକ ଜାତି ଟାକୁ ସସମ୍ମାନେ ।
ସ୍ବାଧିନତାର ଅନ୍ତସ୍ବର କହୁଛି ଶୁଣ
“ଜୟ ଯବାନ ଜୟ କିଷାନ”
ସର୍ବଜନ କାନେ କାନେ ।
ଏଇ ମାନେ ହିଁ ମହାନ
ଆସିଛନ୍ତି ସାଜି ଦେବଦୂତ
ଆମ ପାଇଁ ଏ ସାରା ଭୂବନେ ।
ଜାଣି ନାହଁ କି ତୁମେ
ପ୍ରତି ଅଙ୍ଗେ ପ୍ରବାହିତ ବିନ୍ଦୁ ବିନ୍ଦୁ ରକ୍ତ ଧାର
ସବୁ ପରା ଏ ମାଟି ମାଆର
ନିତି ଦିନ ତୁମ ଦେହେ ସୃଷ୍ଟି ହୁଏ
ଏ ମାଟି, ଉଦ୍ଭିଦ, ଆକାଶ, ପାଣି ଓ ପବନେ ।
ଏହି ପଞ୍ଚଭୂତ ସଂରକ୍ଷଣ କାରୀ ତ
ଏ ଦେଶ କୃଷକମାନେ ।
ମିନାକ୍ଷୀ ବ୍ରହ୍ମ
ଖଙ୍କିରା, ଗନ୍ଦିଁଆ
ଢେଙ୍କାନାଳ
Readers Interaction