ଗଣେଶ ଚତୁର୍ଥୀ – ଶୁଚିସ୍ମିତା ନାୟକ

Views: 36
0 0
Read Time:1 Minute, 8 Second

 

ଗଉରୀ ନନ୍ଦନ ତୁମେ 

ଜଗତ ବନ୍ଦନ,

ଗଜ ର ଆନନ ତୁମ 

ତୁମେ ଗଜାନନ,

ସର୍ବ ଗଣ ଇଷ୍ଟ ତୁମେ

ନାମ ଯେ ଗଣେଶ,

ଏ ଛାର ଅଧମ ମାଗେ

ଦିଅ ହେ ଆଶିଷ,

ବିଦ୍ୟା ର ଭଣ୍ଡାର ତୁମେ

ତୁମେ ବିଦ୍ୟା ଦାତା,

ରିଦ୍ଧି ସିଦ୍ଧି ଦାତା ତୁମେ 

ତୁମେ ବିଘ୍ନ ହର୍ତା,

ଚତୁର୍ଭୁଜ ଧାରି ତୁମ

ମୂଷକ ବାହନ,

ଏ ଅଜ୍ଞାନ ମାଗେ ପ୍ରଭୁ

ଦିଅ ଦିବ୍ୟ ଜ୍ଞାନ। ।

ଶୁଚିସ୍ମିତା ନାୟକ 

Share this :
Next Post

ଗଣେଶ - ଶୁଭ୍ରାଂଶୁ ଭୂଷଣ ମେହେର

ବିଘ୍ନ ବିନାଶନ ଆହେ ଗଜାନନ  ଜ୍ଞାନ ଗୁରୁ ଭଗବାନ  ଆଦ୍ୟେ ପୂଜା ତୋର ସର୍ବତ୍ର ହୁଅଇ  ମଙ୍ଗଳ ମୟ ନିଧାନ  ମୂଷିକ ବାହାନ ଆହେ ଗଜାନନ  ତୋ ଠାରେ ଶରଣ ଗଲି  ବିଦ୍ୟା ଦାତା ପ୍ରଭୁ ତୋ ପାଦେ ନମଇଁ  ବିଦ୍ୟା କିଛି ଦେବୁ ବୋଲି  ତୁ କୃପା କଲେ ମୁର୍ଖଟି ପଣ୍ଡିତ  ପାର୍ବତୀ ପୁତ୍ର ଗଣେଶ  ଆଦ୍ୟ ପୂଜ୍ୟ ଗଣନାଥ ବିନାୟକ  ତୋ ପାଦ କଲି ମୁଁ ଆସ  […]

Subscribe US Now