Read Time:2 Minute, 6 Second
ସାଗରକୁ ଆକାଶ ର ରଙ୍ଗରେ
ମିଳନ ର ଅପେକ୍ଷା,
ସୂର୍ଯ୍ୟ ର ଅସ୍ତରେ ସାରା ଦୁନିଆ
ସାତ ରଙ୍ଗରେ ମିଶିଯିବାର ଅପେକ୍ଷା.
କିଛି ସ୍ନେହ ର ବଦଳେ
କିଛି ପାଇବାର ଅପେକ୍ଷା,
ସେଥିପାଇଁ କିଛି ସ୍ୱପ୍ନକୁ
ବାସ୍ତବରେ ପୁର୍ଣ କରିବାର ଅପେକ୍ଷା.
କିଛି ସମ୍ପର୍କର ସମ୍ପୁର୍ଣତା ପାଇଁ ଅପେକ୍ଷା
କିଛି ପାଇ କିଛି ଦେବା ପାଇଁ,
ସମ୍ପର୍କର ନୂଆ ମୋଡ ପାଇଁ ଅପେକ୍ଷା.
ବିନା କାରଣ ରେ ଜୀବନ
ବଞ୍ଚିବା ହେଇଛି ବୃଥା,
ବଞ୍ଚିବାର କାରଣ ଖୋଜି
ପାଇବାରେ ଅପେକ୍ଷା.
କିଛି ଖୋଜି ପାଇଗଲେ
ଥାଏ ଖୁସିର ଅପେକ୍ଷା,
ପାଇକିବି ନ ପାଇଲେ
ପୁଣିଥରେ ନୂଆ ସ୍ୱପ୍ନର ଅପେକ୍ଷା.
ହେ ପ୍ରଭୁ ଗୁହାରି ଶୁଣ ଥରେ ସେ ଭକ୍ତର
ସ୍ନେହ ଆଉ ଭକ୍ତି ଦେଇ ଚାହିଁଛି
ଅତୁଟ ମିଳନର ଅପେକ୍ଷା.
ସୁରଞ୍ଜିକା ମୁନି
ଗଜପତି
Readers Interaction