ମାଆ – ଅନିତା ବେହେରା

Views: 13
0 0
Read Time:2 Minute, 20 Second

 

ଦୁଃଖେ ବା ବିପଦେ ପଡିଗଲେ କେବେ,

   ଖୋଜି ମୁଁ  ବସଇ ମାଆକୁ     ।

ମାଆକୁ ଛାଡିଲି ବାପଘରେ ମୋର

     ଏବେବି  ଡାକଇ ଆ’ତୁ      ।।

ଋଷିଗଲେ, ରାଗିଗଲେ,କେବେ

    ପରଭାବ କିଛି ପଡେନା        ।

ସରାଗେ ଆଦରି ନେଇଥାଏ ମୋତେ

   କେତେ ‌ସେନେହି ମୋର ମାଆ  ।।

ମୁଁ କରେ ନାଁ,ମା ଡାକେ ଆ

    ଖାଇବା ପାଖରେ ବସି            ।

ବାହାରକୁ ଗଲେ,ଅନାଇ ଥାଏ ସେ

    ଦେଖିଲେ ହୁଅଇ ଖୁସି           ।।

ମାଆ ଗାଳିକଲେ ଲାଗଇ ମଧୁର

    ସେ ମଧୁ କେଉଁଠି କାହିଁ           ।

ତା’ର ପାଦେ ମୋର ଶତ ନମସ୍କାର

    ତା’ ଋଣ ସୁଝିବି କାହିଁ            ।।

ଏପାଖ ସେପାଖ କଥା ନୁହେଁ ତା’ର

     ବହୁତ ସରଳ ନମ୍ର                ।

ବାଧେଣିଆ କଥା କହେନା କାହାକୁ

     ହୃଦୟ ନୁହେଁ କଠୋର.        ।।

ଅନିତା ବେହେରା

ବଡମ୍ବା

କଟକ

Share this :
Next Post

ଅପେକ୍ଷା - ସୁରଞ୍ଜିକା ମୁନି

ସାଗରକୁ ଆକାଶ ର ରଙ୍ଗରେ  ମିଳନ ର ଅପେକ୍ଷା, ସୂର୍ଯ୍ୟ ର ଅସ୍ତରେ ସାରା ଦୁନିଆ ସାତ ରଙ୍ଗରେ ମିଶିଯିବାର ଅପେକ୍ଷା. କିଛି ସ୍ନେହ ର ବଦଳେ କିଛି ପାଇବାର ଅପେକ୍ଷା, ସେଥିପାଇଁ କିଛି ସ୍ୱପ୍ନକୁ ବାସ୍ତବରେ ପୁର୍ଣ କରିବାର ଅପେକ୍ଷା. କିଛି ସମ୍ପର୍କର ସମ୍ପୁର୍ଣତା ପାଇଁ ଅପେକ୍ଷା କିଛି ପାଇ କିଛି ଦେବା ପାଇଁ, ସମ୍ପର୍କର ନୂଆ ମୋଡ ପାଇଁ ଅପେକ୍ଷା. ବିନା କାରଣ ରେ ଜୀବନ  ବଞ୍ଚିବା […]

Subscribe US Now