ମୁଁ କ’ଣ ଭୂଲିପାରେ ତୁମକୁ – ମୃତ୍ଯୁଞ୍ଜୟ ସାହୁ

Views: 15
0 0
Read Time:1 Minute, 44 Second

 

ଅମାବାସ୍ୟାର ରାତିରେ ଜହ୍ନ ସିନା ଉଁଏ ନାହିଁ
ହେଲେ ରାତି କଣ ଭୁଲିପାରେ ଜହ୍ନକୁ……..
ବୈଶାଖର ତାତିରେ ବାଲି ସିନା ଦେଖାଯାଏ ନଦୀରେ
ହେଲେ ନଦୀ କଣ ଭୁଲିପାରେ ପାଣିକୁ………
ଆକାଶର କୋଳରେ ମେଘ ସିନା ଢାଙ୍କିଦିଏ ସୂର୍ଯ୍ୟକୁ
ହେଲେ ଦିନ କଣ ଭୁଲିପାରେ ସୂର୍ଯ୍ୟକୁ………
ଝରଣାର ଜଳ ସିନା ବହିଯାଏ ନଦୀକୁ
ହେଲେ ଝରଣା କଣ ଭୁଲିପାରେ କୁଳୁକୁଳୁ ଶବ୍ଦକୁ………
ବାଟୋଇ ସିନା ଚାଲିଯାଏ ତା ଲକ୍ଷସ୍ଥଳକୁ
ହେଲେ ବାଟ କଣ ଭୁଲିପାରେ ବାଟୋଇର ପାଦ ଚି଼ହ୍ନକୁ……..
ତୁମେ ସିନା ଭୁଲିଗଲ ପାଈ ନୂଆ ସାଥୀକୁ
ହେଲେ ମୁଁ କଣ ଭୁଲିପାରେ ତୁମକୁ…………

ମୃତ୍ୟୁଞ୍ଜୟ ସାହୁ

ବଡମ୍ବା

କଟକ

Share this :
Next Post

ମାଆ - ଅନିତା ବେହେରା

  ଦୁଃଖେ ବା ବିପଦେ ପଡିଗଲେ କେବେ,    ଖୋଜି ମୁଁ  ବସଇ ମାଆକୁ     । ମାଆକୁ ଛାଡିଲି ବାପଘରେ ମୋର      ଏବେବି  ଡାକଇ ଆ’ତୁ      ।। ଋଷିଗଲେ, ରାଗିଗଲେ,କେବେ     ପରଭାବ କିଛି ପଡେନା        । ସରାଗେ ଆଦରି ନେଇଥାଏ ମୋତେ    କେତେ ‌ସେନେହି ମୋର ମାଆ  ।। ମୁଁ କରେ ନାଁ,ମା ଡାକେ […]

Subscribe US Now