Read Time:1 Minute, 4 Second
ସ୍ବପ୍ନ ର ରଙ୍ଗ ରେ ତୁମେ ରଙ୍ଗିନ୍
ସମ୍ମୁଖ ଉପସ୍ଥିତି ତୁମ ରଚେ ଫଗୁଣ
ଅଧରର ଧାରେ କୁହୁକ କୋଇଲି ର କୁହୁତାନ
କାନି ଉଡ଼ାଇବାରେ ବହେ ମଳୟ ସତେ ପବନ
ଭ୍ରମ ପରସେ କାନ୍ଧ ଉପର କୃଷ୍ଣ କେଶ କିବା ଘନ
ଘନକେଶ ମଧ୍ୟେ ମୁଖମଣ୍ଡଳର ଲାଗେ ପୁର୍ଣିମା ଜହ୍ନ
ହେ ମୋର ସ୍ବପ୍ନ ର ଜୀବନ
ଆସିବ
କି ଆଉଥରେ କରିବାକୁ ନିଦ୍ରା ଭଗ୍ନ
ପ୍ରଶାନ୍ତ କୁମାର ବିଶ୍ବାଳ
ବଡ଼ମ୍ବା
କଟକ
Readers Interaction