ଶବ୍ଦର ଲୁଚକାଳି ଖେଳରେ
ଅଫୁରନ୍ତ ଆନନ୍ଦ
ସାହିତ୍ୟ ବହିରେ କେଉଁକାଳୁ
ପଢ଼ିସାରିଛି ପ୍ରେମର ପ୍ରତିଶବ୍ଦ
କାୟ ମନ ବାକ୍ୟରେ ଆତ୍ମାକୁ
କରିଛି ଶୁଦ୍ଧ
ଭାବନାର ମାୟାଜାଲ
ମନକୁ କରିଛି ଆବଦ୍ଧ II
ତୁମେ କଣ ବୁଝିପାରିବ ରକ୍ତର
ଗାଢ଼ ଅIଭI କେତେଥରେ
ଦେଇଥିଲା ନିର୍ଦେଶ
ବସନ୍ତର ବାସ୍ନା ତୁମ ହସ୍ତଲିଖିତ
ପତ୍ରରେ ଦେଇଥିଲା
ଢେର ସାରା ସନ୍ଦେଶ
ଭାବନାକୁ ବୁଝୁ ବୁଝୁ ଭାବନାର
ଦୁଆରକୁ ଖଟ ଖଟ କରୁଥିଲା
ଅମାନିଆ ଗ୍ରୀଷ୍ମ
କରିବାକୁ ପ୍ରବେଶ II
ଅବୁଝା ସ୍ବପ୍ନ ସବୁ ହୁତ ହୁତ
ହୋଇ ଜଳିଯାଏ
ଛାଡିଯାଏ ନିଅଁI ତଳର ପାଉଁଶ
ଘରେ ବାହାରେ ସମସ୍ତଙ୍କ
ଆଚରଣରେ ଥିଲା ଶତ୍ରୁର କ୍ରୁରତା
ଲାଗୁଥିଲା କଷ୍ଟ
କରିବାଟା ମିତ୍ରତା
ଅନ୍ୟର କଥାରେ ଭୁଲ ବୁଝନ୍ତି
ପୁଣି ଜନ୍ମଧାତ୍ରୀ II
କାନ୍ଦିବା ହସିବା କେବେଠୁ
ନେଇଥିଲା ବିଦାୟ
ପତ୍ରଟି ଝାଡ଼ିବା ଆଗରୁ ହାଲ୍ଲା
କରି କହିଦିଏ ସମସ୍ତେ
ସଂସାରରେ ଅସ୍ଥାୟୀ
ମାଟି ଆଲିଙ୍ଗନ କରେ
ନୂଆ ଜୀବନର ପ୍ରାଣଦାୟୀ
ଅବୁଝା ଉଣେଇଶ ହାରିଗଲେ
ସାଜେ ଆତତାୟୀ II
ମନ ଭାବୁଥିଲା ରଙ୍ଗବେରଙ୍ଗି
ପୋଷାକ ପିନ୍ଧିବାକୁ
ଇଛା ନ ଥିଲା ନିରାଶ ଲଗ୍ନରେ
ଭାବନାକୁ କବର ଦେବାକୁ
ଶୁଭ୍ର ତାରକସି ପଟୁଆରର
ସମ୍ମୁଖରେ ଆଧୁନିକ
ସଂଗୀତରେ ନାଚିବାକୁ
ଫଗୁଣର ପ୍ରସ୍ତାବିତ ଚିଠିର
ଉତ୍ତର ଦେବାକୁ II
ସବୁ ନିରବ ତପସ୍ୟା
ସାଜିଥିଲା ପ୍ରାପ୍ତିର ମାର୍ଗଦର୍ଶିକା
ଭୁଲିଯାଇଥିଲା ଏନ୍ତୁଡ଼ିଶାଳର
ମା ର ଭାବପ୍ରବଣତା
ମୁ ଜାଣିଛି କହି
ସୂଚେଇଛି ବିଜ୍ଞତା
ସୁଦ୍ଧମନ୍ତ୍ର ଉଚ୍ଚାରଣ କରି
କରିବ ପ୍ରାଣ ପ୍ରତିଷ୍ଠା II
ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ
ଓଡିଶା ଅର୍ଥସେବା ,ଭୁବନେଶ୍ୱର
Readers Interaction