ସ୍ବପ୍ନ ନାୟିକା – ଅମରଜିତ ମଲ୍ଲିକ୍

Views: 35
0 0
Read Time:1 Minute, 33 Second

 

ଆଖିର ନିଦକୁ ଚୋରାଇ ନେଇଛି

ସପନ ନାୟିକା ମୋର 

ଶୋଇଲେ ବସିଲେ ତୁମ ଛବି ଦିଶେ

ମୋହରି ମନ ଭିତର        ।।

ସ୍ବପ୍ନ ନାୟିକା ମୋ କହି ଦିଅ ଥରେ

କେବେ ହେବ ଟିକେ ଦେଖା

ତୁମ ପାଇଁ ଆଜି ହୃଦୟ ଭିତରେ

ଭରି ରହିଛି ଶୂନ୍ଯତା         ।।

କେବେ ଆସି ପୁଣି ହୃଦୟ ଭିତରେ

ରଚିଯିବ ପ୍ରିତୀ ଖେଳ 

ରହିବାକୁ ଆଜି ତୁମରି ପାଇଁକି

ହୃଦୟରେ କରିଛି ଚାଳ        ।।

ତୁମେ କେବେଆସି ଆମ ଘରେ ପ୍ରୀୟା

କରିସର୍ବେ ଆପଣାର। 

ସେଇ ଘରେ ଆମେ ସୁଖରେ ରହନ୍ତେ

ଘରକୁ କରି ମନ୍ଦିର।             ।।

ଅମରଜିତ ମଲ୍ଲିକ୍

ବଡମ୍ବା

କଟକ

Share this :
Next Post

ବୁଝାମଣା ବାଟରେ - ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ

   ଅଗଣାର ଦାଣ୍ଡ ପିଣ୍ଡାରେ  ବସି ସଂସାରର ଭାଷା ବୁଝିବାକୁ  ଚେଷ୍ଟା କରୁଥିଲି  ଭାସମାନ ବଉଦ ଖଣ୍ଡରେ ଦୁଇ ପାଦ  ରଖି ପକ୍ଷୀ ପରି ଉଡି ବୁଲିବାର  ପ୍ରୟାସରେ ଥିଲି  ନିଜ ସମସ୍ୟାର ଅନ୍ଧଗଳିରୁ  ବାହାରି ଆସିଥିଲି  ମୋ ହୃଦୟରେ ଅନ୍ୟାୟ  ବିରୋଧରେ ସବୁ ପୃଷ୍ଠା  ଅଣଦେଖା କରିବାର  ସ୍ତିତିରେ ଆସିଥିଲି  ଭାବର ଦର୍ପଣରେ ସଠିକ  ବୁଝାମଣା ବାଟରେ ଥିଲି II ତୁମ ଭାବନାରେ ମୋର  କଟିଥିଲା ଦିନର ଗୋଧୂଳି  […]

Subscribe US Now