ପଖାଳ – ସାଗର କୁମାର ପରିଡା

Views: 23
0 0
Read Time:2 Minute, 39 Second

  

ମୁଁ ପଖାଳ ଭାତ ଖାଇଲେ ଜାଣିବ ମୋର ମହତ,

 କୋଟି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ମୁହିଁ ,

  ଲୁଣ ,ଲଙ୍କା ,ବଡ଼ି ଚୁରା ସହିତ,

 ମୁଁ ପଖାଳ ଭାତ ଖାଇଲେ ଜାଣିବ  ମୋର ମହତ.।।(୦)

ପଖାଳ ତୋରାଣୀ ପିଇଛି ଯିଏ,

ସୁଆଦ ମୋର ଜାଣିଛି ସିଏ,

ଜଗନ୍ନାଥଙ୍କର  ମୁଁ ଟଙ୍କ ତୋରାଣୀ, 

ଆମ ସଭ୍ୟତାର କହେ ମହତ ,

ମୁଁ ପଖାଳ ଭାତ ଖାଇଲେ ଜାଣିବ ମୋର ମହତ..।। (୧)

 

କି ଧନୀ ଗରିବ ସମାଜ ଶ୍ରେଣୀ,

ଖାଦ୍ୟ ଭିତରେ ମୁଁ ମଉଡ଼ ମଣୀ,

ମୋର ସମ୍ମାନରେ ପଖାଳ ଦିବସ, 

 ପାଳନ କରଇ ଏହି ଜଗତ,

ମୁଁ ପଖାଳ ଭାତ ଖାଇଲେ ଜାଣିବ ମୋର ମହତ…।।(୨)

ଖରାଦିନେ ମୋର ବେଶି ଆଦର,

ହୋଟେଲରେ ହୁଏ ଭାରି ଗହଳ,

ଖାଇଲେ ଯୋଗାଏ ଦେହକୁ ବଳ,

 ଦୂର କରିଦିଏ ମୁଁ ଅଶୁଂଘାତ,

ମୁଁ ପଖାଳ ଭାତ ଖାଇଲେ ଜାଣିବ ମୋର ମହତ… ।।(୩)

ଓଡ଼ିଆ ଜାତି ତ ଭୁଲି ନିଜସ୍ୱ,

ଧରିଛି ନକଲି ସଭ୍ୟତା ପଥ,

ପଖାଳ ବଦଳେ ଗରମ ପାଣି ,

ପିଇ ହୋଇଲାଣି ବ୍ୟାଧିରେ ଗ୍ରସ୍ଥ,

ମୁଁ ପଖାଳ ଭାତ ଖାଇଲେ ଜାଣିବ ମୋର ମହତ…।।(୪)

  ସାଗର କୁମାର ପରିଡା

  ଚଣ୍ଡିମଙ୍ଗଳ, ବଡମ୍ବା,କଟକ

Share this :
Next Post

ସ୍ବପ୍ନ ନାୟିକା - ଅମରଜିତ ମଲ୍ଲିକ୍

  ଆଖିର ନିଦକୁ ଚୋରାଇ ନେଇଛି ସପନ ନାୟିକା ମୋର  ଶୋଇଲେ ବସିଲେ ତୁମ ଛବି ଦିଶେ ମୋହରି ମନ ଭିତର        ।। ସ୍ବପ୍ନ ନାୟିକା ମୋ କହି ଦିଅ ଥରେ କେବେ ହେବ ଟିକେ ଦେଖା ତୁମ ପାଇଁ ଆଜି ହୃଦୟ ଭିତରେ ଭରି ରହିଛି ଶୂନ୍ଯତା         ।। କେବେ ଆସି ପୁଣି ହୃଦୟ ଭିତରେ ରଚିଯିବ ପ୍ରିତୀ ଖେଳ  […]

Subscribe US Now