ବିଗିଡି ଯାଉଛି ଚାଷ – ରାମ ଚନ୍ଦ୍ର ମହାନ୍ତି

Views: 24
0 0
Read Time:1 Minute, 54 Second

 ଆଷାଢ଼ ଶ୍ରାବଣ ବରଷା ହୋଇବ

ଚାହିଁ ରହି ଥାଏ ଚାଷୀ

ଆଷାଢ଼ ବିତିଲା ଶ୍ରାବଣ ଆସିଲା

ମୁଣ୍ଡେ ହାତ ଦେଲା ବସି ।।

ବିହନ ବୁଣିଛି ମନ ଆନନ୍ଦରେ

ଜମି ରେ ନଥାଏ ପାଣି

ବରଷାର ଏଇ ଲୁଚକାଳି ଖେଳ

ଦେଉଛି ମନକୁ ହାଣି ।।

ଜମିଜମା ସବୁ ଜଳ ଅଭାବରେ

ଫାଟି ହୋଇଲାଣି ଆଁ

ସବୁଠାରେ ଦେଖ ଗଜା ମରୁଡ଼ି ଟା

ଚାଷୀ କୁ କରେ ଭକୁଆ।।

ପଡ଼ିଛି ଭାଳେଣି ଖାଦ୍ୟ ସମସ୍ୟା ରେ

ପଡ଼ିଯିବ ହା ହା କାର

ଜମିରୁ ଫସଲ ଆଦାୟ ନୋହିଲେ

କି କରିବେ ସରକାର।।

କରୋନାର ଜ୍ଵାଳା ଉଦରର ଜ୍ଵାଳା

ବଢ଼ି ଯିବ ଦିନୁଁ ଦିନ

କିପରି ରଖିବ ମଣିଷ ଜୀବନ

ଭାବି ଦୁଃଖ ଲାଗେ ମନ।।

ବୃକ୍ଷଲତା ମାନ କରୁଛି ଛେଦନ

ପ୍ରକୃତି କରଇ ଧ୍ଵଂସ

ସେଥି ପାଇଁ କିବା ଦାଉ ସାଧୁ ଅଛି

ଜାଣିବ କେବେ ମଣିଷ।।

ରାମ ଚନ୍ଦ୍ର ମହାନ୍ତି

ଗଞ୍ଜାମ

Share this :
Next Post

କୃଷକ - ମିନାକ୍ଷୀ ବ୍ରହ୍ମ

 ହେ ମୋର ଭାଇ ଭଉଣୀ                ଭାରତୀୟ ମାନେ ।  ବଞ୍ଚିବାକୁ ନିଜ ମାଆ କୋଳେ ହେ ସ୍ବାଭିମାନୀ          ଚାହୁଁଛ ଯେବେ ବା ସ୍ବାଧିନେ    ବଞ୍ଚାଅ ଏ କୃଷକ ଜାତି ଟାକୁ ସସମ୍ମାନେ ।        ସ୍ବାଧିନତାର ଅନ୍ତସ୍ବର କହୁଛି ଶୁଣ           “ଜୟ ଯବାନ […]

Subscribe US Now