ଲକ୍ଷୈ ବଇଶାଖ ତାତି ଧରି ତୁମେ
ହୁଅ ପଛେ ହୁତାସନ
ତୁମ ସେ ଅଗ୍ନିରେ ସ୍ବାହା ମୁଁ ହେବିନି
ନୀରବଦ୍ରଷ୍ଟା ମୁଁ ଜାଣ ..
ଯେତେ ଉଦ୍ଗିରଣ କରୁଥାଅ ପଛେ
ତୁମରି ସେ କୋପାନଳ
କରିବିନି କଳି ଦେବିନାହିଁ ଗାଳି
ତୁମେ ସେଇମିତି ଜଳ..
ନୁହେଁ ମୁଁ ପତଙ୍ଗ ହେବି ଉଦବେଗ
ତୁମ ସେ ଅନଳ ଦେଖି
ବାଜୁ ପଛେ ଧାସ ଦେବିନାହିଁ ଝାସ
ତୁମେ ଥାଅ ନିଜେ ସାକ୍ଷୀ..
କ୍ରୋଧାଗ୍ନି ତୁମର ଭସ୍ମ ହେଉ ଅବା
ସେମିତି କୁହୁଳୁ ଥାଉ
ନିଆଁ ଆଉ ଧୁଆଁ ଉଭୟ ଜନ୍ତ୍ରଣା
ଅନୁଭବ ତୁମ ହେଉ..
ଜଳାଇ ଦେବିନି ଆଉ ମୁଁ ତୁମକୁ
ଢାଳିବିନି ଜମା ଘିଅ
ଦେଖିବି କେମିତି ଏକହାତେ ତୁମେ
ଖୋଲିବ ସମ୍ପର୍କ ଖିଅ…..
ଜ୍ଯୋତିର୍ମୟୀ ପଣ୍ତା
ବଡମ୍ବା
କଟକ
Readers Interaction