ପୁଅ ମୋ ଦଶମ ପରୀକ୍ଷା ଦେଇଚି,
ମୁଁ କହି ବୁଲୁଥିଲି ହାଟରେ..
ପାସ୍ କରିବ ଭାରି ସହଜରେ,
ଜାଣିଥାଅ ଏକା ଚୋଟରେ..
ଫଳ ତା ଦେଖିଲା ପରେ,
କୁକୁର ପରିକା ଲାଙ୍ଗୁଡ଼ ଜାକିକି ଶୋଇ ରହିଚି ମୁଁ ଖଟରେ..(୧)
ଦିନେ ଅଧେ ଯିଏ ପଚାରନ୍ତି ନାହିଁ,
ସେମାନେ କଲ୍ କରନ୍ତି ବାରମ୍ବାର..
ହାଟ ଆଡେ କାଇଁ ତମ ଦେଖା ନାହିଁ,
ଆଉ କଣ କୁହ ସବୁ ଖବର..
ଆମକୁ ବି ଦିଅ ଆମେ ବି ଦେଖିବୁ
କେତେ ମାର୍କ ଅଛି ପୁଅର ଯଦି ଜଣା ଅଛି ରୋଲ୍ ନମ୍ବର..(୨)
ସ୍ୱିଚ୍ ଅଫ୍ କରିଲା ପରେ ବି,
କିଛି ଘରକୁ ମୋର ଆସି..
ଆଛା ମହାପାତ୍ରେ ବାବୁ ଘରେ ଅଛ ନା,
ପଚାରନ୍ତି ହସି ହସି ..
କଣ ହେଲା ପୁଅ କେତେ ରଖିଲା,
ଅଧିକା ନା କିଛି କମ ରହିଲା କହୁଥିଲ ପା ରଖିବ % ଅଶୀ..(୩)
ଲାଜରେ ମୋ ମୁଣ୍ଡ ନଇଁ ଯାଉଥିଲା,
ଲାଗୁଥିଲା ମତେ ଅଥୟ…
ବାହାସ୍ପଟ ମାରି କହିବା ଆଗରୁ,
ଟିକେ ହେଲେ କରିଥାନ୍ତି ଭୟ..
ଯଦି ଦକ୍ଷତା ନଜାଣି କିଛି କୁହ
ମୋ ପରି ସବୁ ଘରେ ଲୁଚିବ କାହାକୁ ନ ଦେଖେଇ ପାରି ମୁହଁ..(୪)
ବିଶ୍ବ ରଞ୍ଜନ
ବଡମ୍ବା
କଟକ
Readers Interaction