ସୈନିକର ସାଥି – ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ

Views: 32
0 0
Read Time:5 Minute, 18 Second

ଇଛା ଥିଲା ସାଥିଟିଏ ହେବ ପାଇଁ

ବୁଲି ବୁଲି ପହଂଚିଲି 

ଦେଶର ସୀମାକୁ ଲାଗିଥିବା 

ପାଦଚଲା ରାସ୍ତାରେ 

ନିସ୍ତବ୍ଦତା ପାଇଁ 

କେତେବେଳୁ ଥିଲି ଶଙ୍କI ଆଶଙ୍କାରେ 

ଆଗକୁ ଚାଲିବାର ଥିଲା 

ଅଙ୍କI ବଙ୍କା ପାହାଡ଼ ଉପରେ 

ନିର୍ବାଣର ଛାୟା ଉଙ୍କି ମାରୁଥିଲା 

ମନ ଭିତରେ

କେହିଜଣେ ମୋ ଆଡକୁ ଆସୁଥିଲା 

ସୈନିକ ବେଶରେ 

ଅନେଇଲି ତାଙ୍କ ଆଡେ 

ବନ୍ଧୁତ୍ୱ କରିବା ଉଦେଶ୍ୟରେ II

ଭାରତୀୟ ସୈନିକ ଦେଶ 

ସୀମାରେ ସାଜିଛି ସଜାଗ ପ୍ରହରୀ  

ସୈନିକ  କଳ୍ପନାରେ  ମାଟି   ମା  

ଅଟେ  ଜୀବନ୍ତ  ଜନନୀ  

ଭାବନାର ସ୍ୱରରେ କହୁଥାଏ 

ଏହା ଅଟେ ପ୍ରାଣ ପ୍ରସବିନୀ 

ଭାରତର ମାଟି ସତେ 

ସାଜିଛି ସଂଜୀବନୀ II

ସୈନିକର ସାଥି ହୋଇ 

ଚାଲିଲି ଆଗକୁ 

ମନ କହୁଥିଲା ଡର ନ 

ଥିଲା କାହାକୁ 

ନିଜର ଆତ୍ମା ପରିଚୟ 

ଦେବାକୁ ଖୋଜୁଥିଲି ସଠିକ ଶବ୍ଦକୁ 

ସୀମା ନିକଟରେ ଭେଟିଥିଲି 

ଘନ ଅନ୍ଧକାରକୁ II

ତୋପ କମIଣର ଶବ୍ଦ ଶୁଣି 

ମନ ହେଉଥିଲା ଅଥୟ 

ବଙ୍କର ଭିତରୁ ସୈନିକର ଦୁଇ ଆଖି 

ଦେଖୁଥିଲା ହୋଇ ନିର୍ଭୟ 

ସାମ୍ନାରେ ଥିଲା ସାହସୀ 

ବିରର ଆତ୍ମପ୍ରତେୟ 

ମୋର ଭାବନା କରିଥିଲା ସୈନିକ 

ଭାରତ ମାତIର ସୁଯୋଗ୍ୟ 

ସନ୍ତାନର ନିର୍ଣ୍ଣୟ II

ସୈନିକ ଚାହିଁଥିଲା ମୋ 

ହାତରେ ଦେବାକୁ ତାଙ୍କ ପରିବାର 

ପାଇଁ ସନ୍ଦେଶ

କିଛି ମାସ ପରେ ଘରକୁ ଫେରିଲେ 

ଉପହାର ଆଣିଥିବ ବିଶେଷ 

ଛପର ଘରକୁ କୋଠା କରିପାରେ 

ବୋଲି କହୁଥିଲା ସବିଶେଷ 

ଗାଁ ପିଲାଙ୍କ ପାଇଁ ସ୍ୱାବଲମ୍ବନର 

ଥିଲା ନିର୍ଦେଶ 

ଦୁଇ ଯାଆଁଳା ପିଲାଙ୍କ ପାଇଁ ଭଲ 

ପାଠ ପଢିବାକୁ ଥିଲା ଆଦେଶ II

ଓଲ୍ହାଇ ଆସିଲି ପାହାଡ 

ମଥାରୁ ନେଇ ବିଦାୟ 

କିଛି କ୍ଷଣପରେ ସୁଭିଥିଲା  ସହିଦର  

ସ୍ୱର ଯିଏ ଆଣିଥିଲା ବିଜୟ 

ସୈନିକର ସାଥି ଥିଲା 

ମୋର ଶ୍ରେଷ୍ଠ ପରିଚୟ 

ଆଉଥରେ ଜନ୍ମ ନେଲେ 

ସୈନିକ ହେବାକୁ କରିଥିଲି ନିଶ୍ଚୟ ।

ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ –

ଓଡିଶା ଅର୍ଥସେବା  

Share this :
Next Post

ଭୋକ - ଫ୍ରାନସିସ୍ ଶତପଥୀ

ଫୁଟପାଥରେ ଦେହଟେ ; ଦେହ ବୋଲି ହାଡ଼ ଉପରେ କେଇ ପରସ୍ତ ଚମ– ଅଙ୍ଗପ୍ରତ୍ୟଙ୍ଗ ଯେଝା ଜାଗାରେ ଥୁଆ ; ଲୁଗାଟେ ପଡ଼ିଛି ନାଁକୁ ମାତ୍ର—- ବସ୍ତ୍ର ବିନା ସୂତା ନ୍ୟାୟରେ ; ଲାଜ ଲୁଚିବା ପାଇଁ —-  ଲୁଚୁଛି କେଉଁଠୁ ?? ପାଖରେ ସେମିତିଆ ଆଉ ଗୋଟେ ଦେହ ବେସ୍ ଛୋଟ, ତା ଠୁ ଜନମ ; ଭିକାରୀ ପିଲା, ପରିଚୟ ନାହିଁ , ପାପଟିଏ, ନ ଚାହିଁ […]

Subscribe US Now