ମୁଁ ତ୍ରିରଙ୍ଗା କହୁଛି – ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ

Views: 26
0 0
Read Time:4 Minute, 47 Second

ରାତି ପାହିଗଲେ ସ୍ଵାଧୀନ ଦିବସ

ମୁଁ ଜାଣେ ତୁମ ମନ ଥିବ ।

କାଲି ଦିନ ପାଇଁ ମୋ ପ୍ରତି ତୁମ

ଦେଶ ପ୍ରେମ ବି ଜାଗ୍ରତ ହେବ ।।

ସ୍ୱାଧୀନ ସୁରୁଜ ଅସ୍ତ ହୋଇ ଗଲେ

ସବୁ ପ୍ରେମ ସରିଯିବ ।

ନାଳ ନର୍ଦମାରେ ରାସ୍ତାରେ ପକାଇ

ମୋତେ ପାଦେ ଦଳି ଦେବ।।

ପତାକା ନୁହେଁ ମୁଁ ଦେଢ଼ଶ ବର୍ଷ ର ସଂଘର୍ଷ

ତୁମ ଇତିହାସ କହୁଛି ।

ମୁଁ ତ୍ରିରଙ୍ଗା କହୁଛି ହେ ଭାରତୀୟ

ତୁମ ପାଇଁ ମୁଁ ଗର୍ବ କରୁଛି ।।୧।।

କାରଖାନାରେ ପୁଣି ପଲିଥିନ୍ ତତେଇ

ତିଆରି କରୁଛ ମୋତେ ।

ବଜାରରେ ବିକି ଜଣେଇ ଦେଉଛ

ମୋହରି ମୂଲ୍ୟ କେତେ ।।

କେତେ ଯେ ବୀର ସହିଦ୍ ହୋଇଛନ୍ତି

କେବଳ ମୋହରି ପାଇଁ ।

କେତେ ଆନ୍ଦୋଳନ କେତେ ଯେ ସଂଘର୍ଷ

ହୋଇ ଅଛି ମୋ ପାଇଁ ।।

ପତାକା ନୁହେଁ ମୁଁ ସେହି ବୀର ଙ୍କ ର

ରକ୍ତର କାହାଣୀ କହୁଛି ।

ମୁଁ ତ୍ରିରଙ୍ଗା କହୁଛି ହେ ଭାରତୀୟ

ତୁମ ପାଇଁ ମୁଁ ଗର୍ବ କରୁଛି ।।୨।।

ଯେଉଁ ଭାରତ ପୂଜୁଥିଲା ଯେ ନାରୀଙ୍କୁ

ଦେବୀଙ୍କର ସ୍ଥାନ ଦେଇ ।

ସେଇ ଭାରତୀୟ ବଳାତ୍କାର କରେ

ଆଜି ସମ୍ପର୍କ କୁ ଭୁଲି ଯାଇ ।।

ଯେଉଁ ଭାରତୀୟ ନାରୀ ପାଇଁ ପୁଣି

ରଚିଥିଲା ମହାଭାରତ ।

ହାତେ ମହମ ଧରି ନ୍ୟାୟ ମାଗୁଅଛି

ଆଜି ପୁଣି ସେହି ଭାରତ ।।

ନିର୍ଜୀବ କପଡା ଭାବିବନି ମୋତେ

ମୋ ମନ କଥା ମୁଁ କହୁଛି ।

ମୁଁ ତ୍ରିରଙ୍ଗା କହୁଛି ହେ ଭାରତୀୟ

ତୁମ ପାଇଁ ମୁଁ ଗର୍ବ କରୁଛି ।।୩।।

ମନ ମୋ ଝୁରୁଛି ସେ ବୀରଙ୍କୁ ଆଜି

ତାଙ୍କ ବିରତ୍ୱର ଗାଥା ।

ମୋ ସମ୍ମାନ ପାଇଁ ଖାଇଥିଲେ ଗୁଳି

ହେଲେ ନୁଆଇଁ ନଥିଲେ ମଥା ।।

ମନ୍ଦିର ମସଜିଦ ପାଇଁ କଳି କରୁଅଛ

ତୁମେ ନିଜ ଭାଇ ସହ ।

ପଣତେ ଲୁଚାଇ କାନ୍ଦୁଅଛି ମାଆ 

ଦେଖି କି ପାରୁନ ଲୁହ ।।

ସବୁ ଧର୍ମ ମଧ୍ୟେ ଭାରତ ଏକତା

ମୋ ଆଖିରେ ମୁଁ ଦେଖିଛି ।

ମୁଁ ତ୍ରିରଙ୍ଗା କହୁଛି ହେ ଭାରତୀୟ

ତୁମ ପାଇଁ ମୁଁ ଗର୍ବ କରୁଛି ।।୪।।

ତୁମ ପାଇଁ ମୁଁ ଗର୍ବ କରୁଛି।।

ହେ ଭାରତୀୟ ତୁମ ପାଇଁ ମୁଁ ଗର୍ବ କରୁଛି!!

ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ

ଆଇନ୍ ଛାତ୍ରୀ

ଲକ୍ଷ୍ମୀ ନାରାୟଣ ପୁର

ପୁରୀ

Share this :
Next Post

ସୈନିକର ସାଥି - ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ

ଇଛା ଥିଲା ସାଥିଟିଏ ହେବ ପାଇଁ ବୁଲି ବୁଲି ପହଂଚିଲି  ଦେଶର ସୀମାକୁ ଲାଗିଥିବା  ପାଦଚଲା ରାସ୍ତାରେ  ନିସ୍ତବ୍ଦତା ପାଇଁ  କେତେବେଳୁ ଥିଲି ଶଙ୍କI ଆଶଙ୍କାରେ  ଆଗକୁ ଚାଲିବାର ଥିଲା  ଅଙ୍କI ବଙ୍କା ପାହାଡ଼ ଉପରେ  ନିର୍ବାଣର ଛାୟା ଉଙ୍କି ମାରୁଥିଲା  ମନ ଭିତରେ କେହିଜଣେ ମୋ ଆଡକୁ ଆସୁଥିଲା  ସୈନିକ ବେଶରେ  ଅନେଇଲି ତାଙ୍କ ଆଡେ  ବନ୍ଧୁତ୍ୱ କରିବା ଉଦେଶ୍ୟରେ II ଭାରତୀୟ ସୈନିକ ଦେଶ  ସୀମାରେ ସାଜିଛି […]

Subscribe US Now