ଲକ୍ ଡାଉନ୍ ଲିରିକ୍ – ସୁଦାମ ସୋଲୋମୋନ୍ ଗୋଛି

Views: 27
0 0
Read Time:2 Minute, 15 Second

 

ଖବରକାଗଜ ପଢୁଥିଲା ଆଜ ଘରଣୀ ମୋହର ବସି। 

ବଡି ଲାଙ୍ଗୁଏଜ୍ ପଢିବା ସହଜ ଲାଗୁଥିଲା ଭାରି ଖୁସି। ।1

ସମ୍ଭାଳିନପାରି ପଚାରିଲି ଗୋରୀ ମଝିରେ ଦଉଚ ହସି। 

କରୋନା ସମୟେ ଆଗୋ ପ୍ରାଣ ପ୍ରୀୟେ ପାଇଚ ଲଟେରି ରାଶି? ।।2

ମୁହଁକୁ ଉଠାଇ ଚଷମା କୁ ନେଇ କପାଳରେ ଦେଲେ ଖୋସି। 

ହସିବା କାରଣ ଧନ ମୋରାଣ କହିଲେ ପାଖକୁ ଆସି। ।3

ଦୋକାନି ଆସିନି ସଟର ଖୋଲିନି ତଥାପି ଗହଳି ବେଶି। 

ମନମୋ କହୁଛି ମୋରାଣ ଖାଉଚି ଭିଡରେ ପଶନ୍ତି ଧସି। ।4

ରୁପିଆ ଦିଅନ୍ତି ବୋତଲ କିଣନ୍ତି ଆଣନ୍ତ ମାଉଁସ ଖାସି। 

ଚାଖଣା କରନ୍ତି ଗିଲାସେ ଭରନ୍ତି  ମାଉଁସ ବାଢନ୍ତି କଷି। ।5

ଦୁହେଁ ସାଙ୍ଗ ହୋଇ ଚିଅରସ କହି ଆନନ୍ଦେ ଦିଅନ୍ତେ ଶୋଷି। 

ଏଈ ସରକାର ଆମ ଦରକାର ହଉଥାନ୍ତେ ଖାଲି ଘୋଷି। ।।6

ମୁଁତାର ମିଣିପ ଅକଲ ଅଳପ ପିଅନ୍ତୁ ଦିଜଣ ମିଶି। 

ଆମର ପେରେମ ଜଗତେ ଅସମ ହେବାକୁ ଦେବୁନି ବାସି। ।7

ସୁଦାମ ସୋଲୋମୋନ୍ ଗୋଛି

ବଡମ୍ବା

କଟକ

Share this :
Next Post

ମୁଁ ତ୍ରିରଙ୍ଗା କହୁଛି - ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ

ରାତି ପାହିଗଲେ ସ୍ଵାଧୀନ ଦିବସ ମୁଁ ଜାଣେ ତୁମ ମନ ଥିବ । କାଲି ଦିନ ପାଇଁ ମୋ ପ୍ରତି ତୁମ ଦେଶ ପ୍ରେମ ବି ଜାଗ୍ରତ ହେବ ।। ସ୍ୱାଧୀନ ସୁରୁଜ ଅସ୍ତ ହୋଇ ଗଲେ ସବୁ ପ୍ରେମ ସରିଯିବ । ନାଳ ନର୍ଦମାରେ ରାସ୍ତାରେ ପକାଇ ମୋତେ ପାଦେ ଦଳି ଦେବ।। ପତାକା ନୁହେଁ ମୁଁ ଦେଢ଼ଶ ବର୍ଷ ର ସଂଘର୍ଷ ତୁମ ଇତିହାସ କହୁଛି । […]

Subscribe US Now