ତ୍ରିରଙ୍ଗାର ଥିଲା ତ୍ରିଭଙ୍ଗି ଉଡାଣି
ଜାତୀୟ ସଂଗୀତ ଜାତୀୟ
ଚେତନାର କାହାଣୀ
ଜାତୀୟତା ଭାବଧାରIରେ ଆଗକୁ
ବଢିବାର ଥିଲା ଚାହାଣି
ଆମେ ସ୍ୱାଧୀନ ଭାରତର ସନ୍ତାନ
ବୋଲି ଚାଲିଥିଲା ଶୁଣାଣି II
ସ୍ୱାଧୀନତା ପ୍ରାପ୍ତିର ଲଢେଇ
ଚାଲିଥିଲା ଚାଲିଛି
ଦେଶ ସ୍ୱାଧୀନ ହୋଇଛି
ବ୍ୟକ୍ତି ସ୍ୱାଧୀନତା ପାଇଁ ଲଢେଇ
ଆଜିବି ଚାଲିଛି
ସ୍ୱାର୍ଥ ଲଢେଇରେ ସାଧାରଣ ଜନତାଙ୍
କ ସ୍ୱାଧୀନତା ପ୍ରସଙ୍ଗ ସାଜିଛି II
ସ୍ୱାଧୀନତା ଆଣିଥିବା ମହାତ୍ମାଙ୍କ
ନୀତି ଆଦର୍ଶ ବନ୍ଧା ପଡିଛି
ନାରୀ ସ୍ୱାଧୀନତା ରାଜରାସ୍ତାରେ
ଚାଲିବI ପରେ ସମ୍ୟକ ଅIକଳନର
ସାରାଂଶ ହୋଇଛି
ବଂଚିବାର ଅଧିକାର ରାତ୍ରି ଅନ୍ଧକାରରେ
ନିଲାମ ହୋଇ ଗଣମାଧ୍ୟମରେ
ଚର୍ଚା ଚାଲିଛି
ସ୍ୱାଧୀନତା ପ୍ରାପ୍ତି ହୋଇଛି
ବୋଲି ଶବ୍ଦର ଯୁଦ୍ଧରେ
ସହଭାଗୀ ସାଜିଛି II
ନିଜକୁ ସ୍ୱାଧୀନତାର ପରିଭାଷାରେ
ସଜେଇବାକୁ ଅର୍ଥ ରୋଜଗାର
ପାଇଁ ସାଲିସ କରୁଛି
ଆତ୍ମସ୍ୱାଭିମାନକୁ ପ୍ରତି ମୁହୁର୍ତରେ
ବଳି ଦେବାକୁ ପଡୁଛି
ନୀଚ ସାହୁକାରକୁ ପ୍ରଭୁ ଭାବି
ପାଦ ବନ୍ଦନା କରିବାକୁ ପଡୁଛି
ସ୍ୱାଧୀନତା ପ୍ରାପ୍ତି ପରେ ଝାନ୍ସୀ ରାଣୀ
ଲକ୍ଷ୍ମୀବାଇଙ୍କ ଖଡ୍ଗର ବୀରତ୍ବର
ସ୍ୱର ଲିଭିଯାଇଛି
ଓଡ଼ିଆ ଜାତିର ବୀର ସନ୍ତାନ
ଜୟୀ ରାଜଗୁରୁଙ୍କ ଜୀବନ ଦର୍ଶନ
ଓଡ଼ିଆ ଯୁବ ପ୍ରାଣରୁ ବିଲୁପ୍ତ ହୋଇଛି
ବାଜିରାଉତର ବିବେକ ପ୍ରତ୍ୟକ ଓଡ଼ିଆ
ପ୍ରାଣକୁ ଆନ୍ଦୋଳିତ କରୁଛି
ଗୋପବନ୍ଧୁଙ୍କ ସେବାପ୍ରାଣର ଚେତନା
ସ୍ୱାଧୀନତାର ମୂଳ ମନ୍ତ୍ରକୁ
ଉଜାଗର କରିଛି II
ଅଭାବୀ ମନ ବର୍ତମାନର
ସ୍ଵାଧୀନତକୁ ଉପହାସ କରେ
ମୌଳିକ ସୁବିଧା ଠାରୁ କେତେଦୂର
ବୋଲି ପ୍ରଶ୍ନକରେ
ଧର୍ମ ଜାତିକୁ ନେଇ ରାଜନୀତି
ଚାଲେ କାହା ସ୍ୱାର୍ଥରେ
ବ୍ୟକ୍ତି ଜାତି ସ୍ୱାଧୀନତାକୁ ସମୀକ୍ଷା
କରୁଥାଏ ନିଜ ଢଙ୍ଗରେ II
ସ୍ୱପ୍ନରେ ସ୍ୱାଧୀନତା କହୁଥାଏ
ଜାତୀୟତାର ସବୁ ପ୍ରକରଣ
ଦେଶ ମାତୃକାର ରକ୍ଷା ପାଇଁ
ବଳିଦାନ କରିପାରେ
ଭାବନାର ନବଜାଗରଣ
ସୀମା ସୁରକ୍ଷା ଦାୟିତ୍ୱରେ
ଅଛନ୍ତି ସେନାଗଣ
ସମୟ କହୁଛି ଗାଇବାକୁ
ମନ୍ତ୍ରମୁଗ୍ଧ ଜଣାଣ II
ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ
Readers Interaction