Read Time:1 Minute, 52 Second
ମଧୁର ବଚନ ଶୁଣିବାକୁ ମିଠା
ନିଏ ଜନ ମନ ମୋହି
ନମ୍ରତାର ସାଜ ତାହା ସାଥେ ଥିଲେ
ହୃଦୟକୁ ଯାଏ ଛୁଇଁ ।
ମଧୁ ମିଠାଠାରୁ ଆହୁରି ମଧୁର
ବଚନଟି ଯିଏ କହେ
ସଭିଙ୍କର ପାଶେ ଆଦରଣୀୟ ସେ
(ଯଦି) ଶୁଦ୍ଧ ସ୍ବଭାବଟି ଥାଏ ।
ଆଗେ ମଧୁକଥା କହି ପଛପଟେ
ଯିଏ ମାରୁଥାଏ ଛୁରୀ
ଉତ୍ତମ ମଣିଷେ ନୁହେଁ ସିଏ ଗଣା
ସେ ଅଟେ ଅହିତକାରୀ ।
ସମାଜରେ ସବୁ ଅମଙ୍ଗଳ ହୁଏ
ଏମତି ଲୋକଙ୍କ ପାଇଁ
ସେ ମଧୁ- ବଚନୁ କି ଲାଭ ମିଳିବ
ତାଙ୍କଠୁ ରୁହ ଦୂରେଇ ।
ଏମିତି କଥାକୁ ବିଶ୍ବାସିଲେ ମନେ
ରହିଯିବ ଅବଶୋଷ
ପିମ୍ପୁଡି ମଧୁକୁ ଶେଷ କଲାପରି
ଧୀରେ ହେଉଥିବ ଶେଷ ।
ତୁଣ୍ଡ, ହୃଦ ଯା’ର ଅଟଇ ମଧୁର
ତାହାକୁ ପାଖରେ ବସା
ନିଜ ଜୀବନକୁ ସୁଖମୟ କରି
ବାନ୍ଧୁଥା ନିଜର ବସା ।
କୁରୁଆଁ, ମୁଗପାଳ, କବୀରପୁର, ଯାଜପୁର
Readers Interaction