ମା ଦକ୍ଷିଣକାଳୀ -ମୃତ୍ୟୁଞ୍ଜୟ ସାହୁ

Views: 34
0 0
Read Time:2 Minute, 16 Second

 

ଦରିଦ୍ର ଭଞ୍ଜନୀ ମା ଲୋ 

         ତୁ ଦକ୍ଷିଣକାଳୀ l

ଦୁଷ୍ଟଙ୍କୁ ନାଶି ଖପୁରି 

         କରୁ ଗଳା ମାଳି ll

ଶିବଙ୍କ ଘରଣୀ ତୁମେ 

         ଅର୍ଦ୍ଧନାରେଶ୍ୱରୀ l

ମୋ ସଂସାର ଚାଲୁ ଅଛି 

          ଦୟାରେ ତୁମରି ll

ବାର ମାସେ ତେର ପର୍ବ 

          ହୁଏ ତୋ ଦୁଆରେ l 

ଚୈତ୍ର ମାସେ ଲୀଳା ଖେଳl 

         କରୁ ଘରେ ଘରେ ll

ମେଷ ସଂକ୍ରାନ୍ତିରେ ତୋର 

        ଝାମୁ ଯାତ ବୋଲି l

ଓଡ଼ିଆରେ ନବବର୍ଷ 

        ହୁଏ ସେଠୁ ଭାଳି ll

ତୋହରି କରୁଣା ପାଇଁ 

       ହୋଇଛି ମୁ ଠିଆ l

ତୋ ପଣତ ତଳେ ସଦା 

        ରଖିଥିବୁ ମାଆ ll 

ଏତିକି ଅଳି ମୋହର 

        ତୁମରି ପାଖରେ l

ଘେନ ପ୍ରଣିପାତ ମୋର 

       ଯୋଡି ହସ୍ତ କରେ ll

ମୃତ୍ୟୁଞ୍ଜୟ ସାହୁ 

 ବଡମ୍ବା, କଟକ 

 ମୋ:-9090700601

Share this :
Next Post

ଠିକଣା ଚୋରି -ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ

  ଅବାନ୍ତର ପୁଣି ସତ୍ୟର କାହାଣୀ  ସବୁ ବୁଝାମଣାକୁ ଜଗିଥାଏ ପ୍ରହରୀ  ପୂର୍ବଥର ଦୁଃଖ ଆସିଥିଲା  ମଝି ରାସ୍ତାରେ ଯେଭଳି  ଏଥରର ଯନ୍ତ୍ରଣା କରିଛି  ଠିକଣା ଚୋରି || ଭାଗ୍ୟରେଖା ଜାତକ ବିଚାର  କଷୁଥିଲା ସମୟର ଫଳାଫଳ   କର୍ମ କଲାପରେ ମଧ୍ୟ  ମିଳିଥିଲା ବାରମ୍ବାର ଅସଫଳ  ଚାଲିଥିଲା ପ୍ରଭୁଙ୍କ  ଭରୋସା ଜିତିବାର ଖେଳ  ବୋଧହୁଏ ପ୍ରଭୁଙ୍କ ଠିକଣା ଚୋରି  ହୋଇଥିଲା ବୋଲି ଆଖି ଦୁଇଟି  ଲାଗିଥିଲା ଛଳଛଳ || ଅଲୌକିକ […]

Subscribe US Now