ବସୁଦେବ ପ୍ରାଣ ଦେବକୀ ଜୀବନ
ନଟଖଟିଆ ସେ ଲହୁଣୀ ଖିଆ
ଯାହାକୁ ଦଣ୍ଡେ ନ ଦେଖିଲେ
ଯଶୋଦା ରାଣୀ ହୁଅଇ ବଣା ||
ବଇଁଶୀର ସ୍ଵନ ଶୁଭିଲେ ଟିକେ
ସାରା ଗୋପପୁର ଚହଳ ପଡେ
ଲୋକ ଅପବାଦ ଭୁଲି ସେ ରାଧା ମାଇଁ
ଯମୁନା କୂଳକୁ ଆସେ ଅଧୀର ହୋଇ ||
ଅର୍ଜୁନଙ୍କ ସଖା ସୁଭଦ୍ରାଙ୍କ ଭାତ୍ରା
ରଚିତ ପ୍ରେମ ମୋହ ମାୟା
ଧର୍ମକୁ କରିବାକୁ ଜୟ
ଅଗ୍ରଜଙ୍କ ଵିପକ୍ଷେ ସୁଦର୍ଶନେ ବିଜେହେଲ||
ସାଜି ଅର୍ଜୁନଙ୍କ ରଥର ସାରଥୀ
ରଣଭୂମିରେ ହୋଇଲ ଠିଆ
ସୁଦର୍ଶନ ଚକ୍ର ଛାଡି
ମାୟାରେ ଅଧର୍ମକୁ କରିଲ ବିନାଶ ||
ସୁଦାମର ସଖା ରାଧାର ପ୍ରାଣଧନ
ଭୁଝିଲ ବନ୍ଧୁତ୍ୱର ଭାବ
ଦ୍ଵନ୍ଦକୁ କରି ସଂହାର
ଖୁଦ ଖାଇ ରଖିଥିଲ ବନ୍ଧୁର ମାନ ||
ମଥୁରାରେ ଦେଖି କଂସର ଅତ୍ୟାଚାର
ଜନମିଲ ପ୍ରଭୁ ଧରାପୃଷ୍ଠେ କରିବାକୁ ତା’ର ବିଚାର
ଥିଲା ସେ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି
ବନ୍ଦୀ ଘରେ ଦେଖାଇ ତୁମର ଦିବ୍ୟ ଦର୍ଶନ
ଜନମିଲ ରୋହିଣୀ ନକ୍ଷତ୍ରେ ମା ଦେବକୀଙ୍କ କୋଳେ||
ପ୍ରଜ୍ଞାଲିନ ସାହୁ
ଜଗତସିଂହପୁର, ବାଲିକୁଦା
Readers Interaction