ଜନ୍ମାଷ୍ଟମୀ – ବିନୋଦିନୀ ଦାଶ

Views: 22
0 0
Read Time:3 Minute, 57 Second

 

ଦୁଷ୍ଟ ନିବାରିଣ ସନ୍ଥ ପାଳିବାକୁ
ଯୁଗେଯୁଗେ ଭଗବାନ
ଜନ୍ମ ନେଇ ଏହି ମର୍ତ୍ତ୍ୟମଣ୍ଡଳରେ
କରନ୍ତି ଧର୍ମ ସ୍ଥାପନ ।
ମଥୁରା ନଗରେ କଂସର ଦୌରାତ୍ମ୍ୟ
ଦିନକୁ ଦିନ ବଢ଼ିଲା
ଶୂନ୍ୟବାଣୀ ଚିନ୍ତି ଭଗ୍ନୀ ଭିଣୋଇଙ୍କୁ
ବନ୍ଦୀ କରି ରଖିଦେଲା ।
ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ
ତିଥେ ରୋହିଣୀ ନକ୍ଷତ୍ରେ
ଜନ୍ମ ହେଲେ ମାତା ଦେବକୀଙ୍କ କୋଳେ
କୃଷ୍ଣ କଂସ ବନ୍ଦୀ ଘରେ ।
ତାଙ୍କରି ଆଦେଶେ ପିତା ବସୁଦେବ
ତାଙ୍କୁ କୋଳେ ତୋଳି ନେଇ
ନିଶାର୍ଦ୍ଧେ ଗୋପରେ ନନ୍ଦରାଣୀ କୋଳେ
ଛାଡ଼ିଣ ଆସିଲେ ଯାଇ ।
କୋଟିନିଧି ସମ ସେ ଯଶୋଦା ରାଣୀ
ପୁତ୍ର ପାଇ ଖୁସି ହେଲେ
ପରଦିନ ନନ୍ଦ ରାଜା ମହାନନ୍ଦେ
ଗୋପେ ଉତ୍ସବ ପାଳିଲେ ।
ପୂର୍ବରୁ ରୋହିଣୀ ଗର୍ଭୁ ଜନ୍ମିଥିଲେ
ଭାଇ ତାଙ୍କ ବଳରାମ
ଗର୍ଗମୁନି ଗୁପ୍ତେ ଆସି ଦେଇଥିଲେ
ଦୁଇଜଣଙ୍କର ନାମ ।
ତାଙ୍କ ବାଲ୍ୟକାଳୁ ଅସୁରେ ସଂହାରି
ଧରା ଉଶ୍ବାସ କରିଲେ
ସାଥୀ ବାଳକଙ୍କ ସହ ବୃନ୍ଦାବନେ
ଯାଇ ଧେନୁ ଚରାଇଲେ ।
ବ୍ରଜ ଗୁଆଳିଙ୍କ ହୃଦ ପ୍ରୀତି ରଙ୍ଗେ
ମୋହିତ ସେ କରିଥିଲେ
ହକାରି ଆଣିଲା ଅକ୍ରୁରେ ପଠାଇ
କଂସ ଧନୁଯାତ୍ରା ଛଳେ ।
ଶିବଧନୁ ଭାଙ୍ଗି ମାତୁଳ କଂସକୁ
ମଞ୍ଚୁ ପକାଇ ମାରିଲେ
କଂସର ଶ୍ବଶୁର ଜରାସନ୍ଧ ପାଇଁ
ସମୁଦ୍ରେ ଘର କରିଲେ ।
ମହାଭାରତ ଯୁଦ୍ଧ ମୁଖ୍ଯ ନାୟକ
ହୋଇ ଧର୍ମ ରକ୍ଷା କଲେ
ଶିଆଳି ଲତାରେ ଜରାଶବରର
ଶରାଘାତେ ପ୍ରାଣ ଦେଲେ ।
ସେହି ସମୟରୁ ଏ କଳିଯୁଗରେ
ତାଙ୍କ ଶୁଭ ଜନ୍ମଦିନ
ମାନବ ଆନନ୍ଦେ ଜନ୍ମାଷ୍ଟମୀ ଭାବେ
କରୁଛି ଆଜି ପାଳନ ।

ବିନୋଦିନୀ ଦାଶ
କୁରୁଆଁ
ମୁଗପାଳ, କବୀରପୁର, 
ଯାଜପୁର

Share this :
Next Post

ଜୟ ଶ୍ରୀକୃଷ୍ଣ - ପ୍ରଜ୍ଞାଲିନା ସାହୁ

  ବସୁଦେବ ପ୍ରାଣ ଦେବକୀ ଜୀବନ          ନଟଖଟିଆ ସେ ଲହୁଣୀ ଖିଆ ଯାହାକୁ ଦଣ୍ଡେ ନ ଦେଖିଲେ           ଯଶୋଦା ରାଣୀ ହୁଅଇ ବଣା ||ବଇଁଶୀର ସ୍ଵନ ଶୁଭିଲେ ଟିକେ           ସାରା ଗୋପପୁର ଚହଳ ପଡେ ଲୋକ ଅପବାଦ ଭୁଲି ସେ ରାଧା ମାଇଁ          ଯମୁନା କୂଳକୁ ଆସେ ଅଧୀର ହୋଇ || ଅର୍ଜୁନଙ୍କ ସଖା ସୁଭଦ୍ରାଙ୍କ ଭାତ୍ରା         ରଚିତ ପ୍ରେମ ମୋହ ମାୟାଧର୍ମକୁ […]

Subscribe US Now