କୃଷକ – ରବିନ୍ ଖଣ୍ଡାୟତରାୟ

Views: 25
0 0
Read Time:1 Minute, 31 Second

 ହେ କୃଷକ!

ତୋ ଦାନରେ ବଂତିଛନ୍ତି 

ପୃଥିବୀର ଯେତେ ସବୁ ପ୍ରାଣୀ 

ତଥାପି ହୃଦେ ତୋର 

ଇର୍ଷା, ହିଂସା ଗର୍ବ ଅହଂକାର 

ଦେଖା ଦେଇନାହିଁ ।।

ରକ୍ତକୁ ତୁ ପାଣି କରି 

ଖଟୁଥାଉ ମେସିନ ପରି

ଖରା ବର୍ଷା ଶୀତ ତତେ

ସବୁ ଲାଗେ ଏକାପରି ।।

ବେଳ ଆସିଛି ଆଜି

ଫେଡିବା କଷଣ କୃଷକର 

ସମସ୍ତେ ଯୋଗ ଦେଇ ତା ସହିତ 

ଲାଘବ କରିବା ଶ୍ରମଭାର ।।

ନିଜ ପାଇଁ ନିଜେ କୃଷକ 

ଆଜି ସାଜିବେ ପ୍ରତେକ

ଖାଦ୍ୟାଭାବ ନିଶ୍ଚୟ ଯିବ

ଅନାହାରରେ ଆଉ କେହି

ମରିବେ ନାହିଁ  ଭୂଲୋକେ ।।

 ରବିନ୍ ଖଣ୍ଡାୟତରାୟ 

ପୁରୁଣାଗଡ, ଜଗତସିଂହପୁର

Share this :
Next Post

କୃଷକ - ପ୍ରଶାନ୍ତ କୁମାର ସେଠୀ

 ମାଟିରେ ଜନମ ମାଟିରେ ମିଶିବି              ମାଟିରେ ଅଛି ମୋ ସ୍ନେହ ଖରା ବର୍ଷା ଶୀତ କାକରେ ବଞ୍ଚେ ମୁଁ                   ଅଟେ ମୁଁ କୃଷକ ପୁଅ   ।। ମୁଣ୍ଡରେ ଗାମୁଛା ହାତରେ ପାଞ୍ଚଣ                  କାଶିଆ କପିଳା ସାଥୀ ନିଷ୍ଠୁର […]

Subscribe US Now