ଭୁଲି ହୁଏ ନା – ବିଜୟ କୁମାର ସ୍ବାଇଁ

Views: 51
0 0
Read Time:2 Minute, 10 Second

 

ମୋ ଗାଁ ର ନଈ ପୋଖରୀ

ଗହୀର ବିଲ ଦାଣ୍ଡ ଗୋହିରୀ

  ଭୁଲି ହୁଏ ନା,ଭୁଲି ହୁଏ ନା

ସେ ସବୁ ଆଜି ହୁଏ ମୁଁ ଝୁରି।

ଓଳି ପାଣିରେ କାଗଜ ଡଙ୍ଗା

ଭସାଇବା ରେସେ ଯେଉଁ ମଜା

   ଭୁଲି ହୁଏ ନା ଭୁଲି ହୁଏ ନା

ଅତୀତ ରହିଛି ସେ ଯା।

କଷି ଆମ୍ବକୁ ଲଙ୍କା ରସୁଣ

ତା ସଂଗେ କିଛି ମିଶାଇ ଲୁଣ

  ଭୁଲି ହୁଏ ନା ଭୁଲି ହୁଏ ନା

  ସିଏ ତ ଆଜି ସାତ ସପନ 

ଶୀତ ସକାଳ ଗାଁ ଦାଣ୍ଡରେ

ନିଆଁ ପୁଇଁବା କେଡେ ମଜାରେ

 ଭୁଲି ହୁଏ ନା ଭୁଲି ହୁଏ ନା

ସପନ ଭଳି ଭାସେ ଆଖିରେ।

ଗାଁ ତୋଟା ରେ ବାଗୁଡ଼ି ଖେଳ

ଡ଼ା ବୁଲ୍ ପୁଆ ଓ ଗୁଲି ଖେଳ

ଭୁଲି ହୁଏ ନା ଭୁଲି ହୁଏ ନା

କେତେ ଭଲ ରେ ମୋ ପିଲାବେଳ।

ସେଇ ଗାଁ ଅଛି ସେ ତୋଟା ନାହିଁ

 ସେ ସାଙ୍ଗ ଅଛି ସେ ବେଳ କାହିଁ?

  ଚାଲି ଗଲା ସେ ବେଳ ।

ବିଜୟ କୁମାର ସ୍ବାଇଁ 

ପ୍ରଧାନ ପଡା କଟକ ।

Share this :
Next Post

ଜନ୍ମାଷ୍ଟମୀ - ବିନୋଦିନୀ ଦାଶ

  ଦୁଷ୍ଟ ନିବାରିଣ ସନ୍ଥ ପାଳିବାକୁଯୁଗେଯୁଗେ ଭଗବାନଜନ୍ମ ନେଇ ଏହି ମର୍ତ୍ତ୍ୟମଣ୍ଡଳରେକରନ୍ତି ଧର୍ମ ସ୍ଥାପନ ।ମଥୁରା ନଗରେ କଂସର ଦୌରାତ୍ମ୍ୟଦିନକୁ ଦିନ ବଢ଼ିଲାଶୂନ୍ୟବାଣୀ ଚିନ୍ତି ଭଗ୍ନୀ ଭିଣୋଇଙ୍କୁବନ୍ଦୀ କରି ରଖିଦେଲା ।ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀତିଥେ ରୋହିଣୀ ନକ୍ଷତ୍ରେଜନ୍ମ ହେଲେ ମାତା ଦେବକୀଙ୍କ କୋଳେକୃଷ୍ଣ କଂସ ବନ୍ଦୀ ଘରେ ।ତାଙ୍କରି ଆଦେଶେ ପିତା ବସୁଦେବତାଙ୍କୁ କୋଳେ ତୋଳି ନେଇନିଶାର୍ଦ୍ଧେ ଗୋପରେ ନନ୍ଦରାଣୀ କୋଳେ ଛାଡ଼ିଣ ଆସିଲେ ଯାଇ ।କୋଟିନିଧି ସମ […]

Subscribe US Now