କାଳିଆ କୀଳା – ଭାରତୀ ରଥ

Views: 28
0 0
Read Time:2 Minute, 13 Second

କାଳିଆ କାଳିଆ ହୁରି ପଡୁଥିଲା
       ଏବେ ହେଲା ତାହା କୀଳା
ଜଣାପଡେନାହିଁ ସରକାର ତୁମ
        ଇଏ କି ଅଜବ ଲୀଳା   ।
ନେଵାର ଥିଲା ତ ଦେଉଥିଲ କାହିଁ
       ମଗୁଥିଲେ କିବା କେହି 
ଭୋଅଟ ପାଇଁକି କେତେ ଖେଳା କଲ
       କଳିଆର ନାମ ନେଇ   ।
ଯୋଗ୍ୟ କି ଅଯୋଗ୍ୟ ବାଛିପାରିଲନି
        ତୁମେ କେତେ ଯୋଗ୍ୟ ସତେ
ଚଳୁ କରି ଯିଏ ହଜମ କଲାଣି
         ଫେରାଇବ କେଉଁମତେ  ?
ଯାହା ତ ହେବାର ହୋଇସାରିଲାଣି
          ଦେଖାଅନା କାରସାଦି 
ତୁମ ଯୋଗ୍ୟତାକୁ ପରଖିଲେ ଆମେ
          ହରାଇ ବସିବ ଗାଦି   ।
କାଳିଆ ତ ଗଲା ବଳିଆ ବେଳକୁ
        ଭଲରେ ବାଛ ଯୋଗ୍ୟତା
ସୁଧ, ମୂଳ କରି ହିସାବ ନହେଲେ
        କଷିବୁ  ଆମେ  ଜନତା     ।
ଭାରତୀ ରଥ
ରଗଡି, ବାଙ୍କୀ, କଟକ
Share this :
Next Post

ଭୁଲି ହୁଏ ନା - ବିଜୟ କୁମାର ସ୍ବାଇଁ

  ମୋ ଗାଁ ର ନଈ ପୋଖରୀ ଗହୀର ବିଲ ଦାଣ୍ଡ ଗୋହିରୀ   ଭୁଲି ହୁଏ ନା,ଭୁଲି ହୁଏ ନା ସେ ସବୁ ଆଜି ହୁଏ ମୁଁ ଝୁରି। ଓଳି ପାଣିରେ କାଗଜ ଡଙ୍ଗା ଭସାଇବା ରେସେ ଯେଉଁ ମଜା    ଭୁଲି ହୁଏ ନା ଭୁଲି ହୁଏ ନା ଅତୀତ ରହିଛି ସେ ଯା। କଷି ଆମ୍ବକୁ ଲଙ୍କା ରସୁଣ ତା ସଂଗେ କିଛି ମିଶାଇ ଲୁଣ […]

Subscribe US Now