ଖୁସି ଆସେ – ସାରଦା ପ୍ରସାଦ ଆଚାର୍ଯ୍ୟ

Views: 31
0 0
Read Time:3 Minute, 5 Second

 

ମୁଁ ଖୁସି, 

ଧାଁ ଧାଁପଡ଼ କେବେଠୁ ବନ୍ଦ କରିଦେଇଛି, 

ଧନ, ଦୌଳତ, ମାନ, ସନମାନକୁ ପାସୋରି ଯାଉଛି। 

ମୁଁ  ଖୁସି, 

ମୋ ମନରେ ପଡିଥିବା ଆଘାତ ଛିଟାକୁ ବହୁ ଦିନରୁ ଧୋଇ ଦେଇଛି। 

ମୁଁ  ଖୁସି, 

ମୋ ହୃଦୟରେ ଥିବା ଅଭିମାନକୁ ଅନେକ ଦୂରକୁ ଫୋପାଡ଼ି ସାରିଛି। 

ମୁଁ ଖୁସି, 

ପାଇଥିବା ତାଛଲ୍ଯ, ବିଦ୍ରୁପ ଫୁଲ ମାଳ ଗୁଡିକୁ ସୁନା ନଦୀରେ ଭଷେଇ ଦେଇଛି। 

ମୁଁ ଖୁସି, 

କାହା ଠାରୁ କିଛି ପାଇବାର ନାହିଁ, 

କି କାହାକୁ କିଛି ଦେବାର ନାହିଁ। 

ମୁଁ ଖୁସି, 

ପ୍ରେମିକାକୁ ପ୍ରତାରଣା କରିନି 

କି ଅପନିନ୍ଦା ପାଇନି। 

ମୁଁ ଖୁସି, 

ହାଟ  ସଉଦା ସାରିଛି, 

ଝିଅର ବହି ଖାତା କିଣିଛି, 

ବୋଉର ଔଷଧ ରଖିଛି, 

ବାପାଙ୍କ ଋଣ ସୁଝିଛି, 

ଭାଇ କପଟତାରେ ମନ ଉଣା କରିନି

 ଭଉଣୀ ଓଷାବ୍ରତ ପାଉଣା ଦେଇଛି,

ସ୍ତ୍ରୀର ମନଲାଖି ପୁରୁଷ ହୋଇଛି,

ବନ୍ଧୁ ଭାବରେ ହୃଦୟ ଜିଣିଛି, 

ମୁଁ ଖୁସିରେ ଖୁସିରେ ଦିନ କାଟୁଛି। 

ଏବେ ଖାଲି ଶୂନ୍ୟରେ ଶୂନ୍ୟରେ ବଞ୍ଚିଛି, 

ମହାଶୂନ୍ଯକୁ ଚାହିଁଛି, 

ଅନିତ୍ୟ ସଂସାର ମୋହକୁ ଛାଡୁଛି,

ନିତ୍ୟ ପ୍ରେମରେ ପଡିଛି,

ମୋ ପାଇଁ ଖୁସି ଆସିଛି। 

ସାରଦା ପ୍ରସାଦ ଆଚାର୍ଯ୍ୟ 

ଭୁବନେଶ୍ବର 

Share this :
Next Post

କାଳିଆ କୀଳା - ଭାରତୀ ରଥ

କାଳିଆ କାଳିଆ ହୁରି ପଡୁଥିଲା        ଏବେ ହେଲା ତାହା କୀଳା ଜଣାପଡେନାହିଁ ସରକାର ତୁମ         ଇଏ କି ଅଜବ ଲୀଳା   । ନେଵାର ଥିଲା ତ ଦେଉଥିଲ କାହିଁ        ମଗୁଥିଲେ କିବା କେହି  ଭୋଅଟ ପାଇଁକି କେତେ ଖେଳା କଲ        କଳିଆର ନାମ ନେଇ   । ଯୋଗ୍ୟ କି ଅଯୋଗ୍ୟ ବାଛିପାରିଲନି […]

Subscribe US Now