ପ୍ରେୟସୀକୁ ଚିଠି – ଦୀପକ ସାହୁ

Views: 25
0 0
Read Time:2 Minute, 11 Second

 

ଅତୀତର ଆଇନାକୁ ଝାଙ୍କିଦେଖିଲେ

କେବଳ ତୁ ହିଁ ଦେଖାଯାଉ

ଆଉ ତୋ ସହ ବିତିଥିବା ଖଟା ମିଠା ମୁହୂର୍ତ

ଆଖି ବୁଜିଲେ କେବଳ ତତେ ଦେଖେ 

ହେଲେ ଆଖି ଖୋଲିଲେ

କାହିଁ ଅଦୃଶ୍ୟ ହେଇଯାଉ ଜାଣେନି    !

ତୋ ସହ ମିସିଲା ପରେ କାହିଁକି କେଜାଣି

ଏ ପୃଥିବୀ ପ୍ରତି ଆସିଲା ଲୋଭ

ଆଉ ଏ ଜୀବନ ପ୍ରତି ମୋହ

ହେଲେ ମୁଁ ‘କି ଜାଣିଥିଲି ଏମିତି ହେଇଯିବ ଵୋଲି ?

ମୋ ପ୍ରେମ ଆଜି ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଉଦ୍ୟତ ପ୍ରାୟ

ସ୍ମୁତି ସବୁ ଫୁଟନ୍ତା ଗୋଲାପ ହୋଇ ମଉଳି ଗଲାଣି

ଜଣେନି ମୋ ଭାଗ୍ୟରେ କ’ଣ ଅଛି

ସୁନାମିର ଅଭିସାପ ‘କି ସାଗରର ଆଶୀର୍ବାଦ

ଯେଉଁଠାରେ ରହ…

ମୋ ହୃଦୟରେ,ଅବା ଭଗବାନଙ୍କ ଦ୍ୱାରରେ,

ଭଲରେ ରହ

ତୋ ଅପେକ୍ଷାରେ ସମୟର ବେଳାଭୂମିରେ

ତତେ ସାଉଁଟି ନବା ପାଇଁ

ଉନ୍ମୁକ୍ତ ହସ୍ତରେ ଅପେକ୍ଷାରତ

ତୋର ଅତି ଆପଣାର..     !!

ଦୀପକ ସାହୁ

ବଡମ୍ବା

କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ପ୍ରେୟସୀକୁ ଚିଠି – ଦୀପକ ସାହୁ

Comments are closed.

Next Post

ଖୁସି ଆସେ - ସାରଦା ପ୍ରସାଦ ଆଚାର୍ଯ୍ୟ

  ମୁଁ ଖୁସି,  ଧାଁ ଧାଁପଡ଼ କେବେଠୁ ବନ୍ଦ କରିଦେଇଛି,  ଧନ, ଦୌଳତ, ମାନ, ସନମାନକୁ ପାସୋରି ଯାଉଛି।  ମୁଁ  ଖୁସି,  ମୋ ମନରେ ପଡିଥିବା ଆଘାତ ଛିଟାକୁ ବହୁ ଦିନରୁ ଧୋଇ ଦେଇଛି।  ମୁଁ  ଖୁସି,  ମୋ ହୃଦୟରେ ଥିବା ଅଭିମାନକୁ ଅନେକ ଦୂରକୁ ଫୋପାଡ଼ି ସାରିଛି।  ମୁଁ ଖୁସି,  ପାଇଥିବା ତାଛଲ୍ଯ, ବିଦ୍ରୁପ ଫୁଲ ମାଳ ଗୁଡିକୁ ସୁନା ନଦୀରେ ଭଷେଇ ଦେଇଛି।  ମୁଁ ଖୁସି,  କାହା […]

Subscribe US Now