ବନ୍ଦେ ଭାରତ ସ୍ବପ୍ନ( ଦୁବାଇ – କେରଳ ) – ମୃତ୍ୟୁଞ୍ଜୟ ସାହୁ

Views: 27
0 0
Read Time:1 Minute, 48 Second

 

ମନରେ ସଂଚାରି ମାତୃଭକ୍ତି ପ୍ରୀତି
ଫେରୁଥିଲେ ହୋଇ ସାଥି l
ଆକାଶ ମାର୍ଗରୁ ରହି ଦେଖୁଥିଲେ
ମାଆ ଚରଣର ଛବି ll
ମନେ ଭରିଥିଲା ନୂତନ କିରଣ
ଛୁଇଁବି ମାଆର ପାଦ l
ସୂର୍ଯ୍ୟ ଅସ୍ତ ପରି ଅସ୍ତ ହୋଇଗଲା
ପ୍ରାଣ ହୋଇଗଲା ସ୍ତବ୍ଦ ll
ଚକା ଛୁଇଁଥିଲା ଭାରତର ମାଟି
ଝିପି ଝିପି ବରଷାରେ l
ଭାରସାମ୍ୟ ହାରି ପିଟି ହୋଇଥିଲା
ରାସ୍ତାକଡ଼ ପ୍ରାଚୀରରେ ll
ପଇଁତ୍ରିଶ ଫୁଟ ଖାତ ମଧ୍ୟେ ପଡି
ହୋଇଗଲା ଦୁଇ ଖଣ୍ଡ l
ସେମାନଙ୍କ ମଧ୍ୟେ ସତର ଜଣଙ୍କ
ପିଞ୍ଜରା ହୋଇଲା ଗୁଣ୍ଡ ll
ଆଶା ରହିଗଲା ମାନସ ଦୃଷ୍ଟିରେ
ଚକ୍ଷୁ ହୋଇଗଲା ବନ୍ଦ l
ଅନ୍ଧକାର ମଧ୍ୟେ ଲୀନ ହୋଇଗଲା
ସ୍ୱପ୍ନର ଦୁଆର ବନ୍ଧ ll

ମୃତ୍ୟୁଞ୍ଜୟ ସାହୁ
ବଡମ୍ବା, କଟକ
ମୋ:-9090700601

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ବନ୍ଦେ ଭାରତ ସ୍ବପ୍ନ( ଦୁବାଇ – କେରଳ ) – ମୃତ୍ୟୁଞ୍ଜୟ ସାହୁ

Comments are closed.

Next Post

ପ୍ରେୟସୀକୁ ଚିଠି - ଦୀପକ ସାହୁ

  ଅତୀତର ଆଇନାକୁ ଝାଙ୍କିଦେଖିଲେ କେବଳ ତୁ ହିଁ ଦେଖାଯାଉ ଆଉ ତୋ ସହ ବିତିଥିବା ଖଟା ମିଠା ମୁହୂର୍ତ ଆଖି ବୁଜିଲେ କେବଳ ତତେ ଦେଖେ  ହେଲେ ଆଖି ଖୋଲିଲେ କାହିଁ ଅଦୃଶ୍ୟ ହେଇଯାଉ ଜାଣେନି    ! ତୋ ସହ ମିସିଲା ପରେ କାହିଁକି କେଜାଣି ଏ ପୃଥିବୀ ପ୍ରତି ଆସିଲା ଲୋଭ ଆଉ ଏ ଜୀବନ ପ୍ରତି ମୋହ ହେଲେ ମୁଁ ‘କି ଜାଣିଥିଲି ଏମିତି […]

Subscribe US Now