Read Time:1 Minute, 56 Second
ନିର୍ବିକ ‘ମୁଁ ଥିଲି, ବାଟ ହୁଡି ଥିଲି
ତୁମେ ଦେଇଥିଲ ଆଶା
ଶୂନ୍ଯ ପିଣ୍ଡେ ମୋର ଭରିଥିଲ ପ୍ରାଣ
ଦେଇ କେତେ ନିତି ଶିକ୍ଷା
ହେ..ମୋର ସଖା, ହେ..ମୋର ସଖା
ତୁମେ ମୋର ଭାଇ, ତୁମେ ମୋର
ବନ୍ଧୁ ତୁ’ମେହିଁ ମୋର ପ୍ରେମିକା !!
ହେ..ମୋର ସଖା, ହେ..ମୋର ସଖା
ଭରି ଅଛ ରଙ୍ଗ ଏହି ମୋ ଜୀବନେ
ସ୍ବପ୍ନ ମଞ୍ଜି ବୁଣି ହୃଦୟ କାନନେ
ନିଜର ନ’ହୋଇ ନିଜଠୁ ଅଧିକା
ବନ୍ଧୁ ରୂପେ ତୁମେ ମୋ ଭାଗ୍ଯ ଦେବତା
ଭାବି ‘ମୁଁ ପାରୁନି ତୁମକୁ ଦେବି କେଉଁ ଆଖ୍ଯା
ତୁମ ଶରୀର ସିନା ଏକ୍ ହେଲେ ରୂପ ‘ତ ଅଧିକା
ହେ.. ମୋର ସଖା ,ହେ.. ମୋର ସଖା
ତୁମେ ମୋର ଭାଇ ତୁମେ ମୋର ବନ୍ଧୁ
ତୁ’ମେହିଁ ମୋର ପ୍ରେମିକା !!
ଚନ୍ଦ୍ରକାନ୍ତ ଜେନା
ବଡମ୍ବା
କଟକ
Bahut Sundar heichi