ଦାରୁ ଚୋଖା ଦେ – ସୁଦାମ ସୋଲୋମନ୍ ଗୋଛି

Views: 25
0 0
Read Time:2 Minute, 0 Second

 

ହେ ପ୍ରଭୁ ଦେଖା ଦେ। 

ଦାରୁ ଚୋଖା ଦେ। 

ଲକ୍ ଡାଉନ୍ କାଳେ। 

ମଦିରା ଟୋପେ ଗଳେ। 

ପଡୁନି ବୋଲି ବେଳେ। 

ନାଚ ଜମୁନି ତାଳେ। 

ଦେ ଦେ ଦେ ପ୍ରଭୁ ମଦିରା ଟୋପାଏ ଦେ। ।1।ହେ ପ୍ରଭୁ 

ବିଦେଶୀ ସୁରା ଦେଉନି ଧରା। 

କିମତ ତାର କରୁଛି ଟେରା। 

ଆମେ ତ ସବୁ ନାଚାର ପରା। 

ଆସ୍କା ଫଟି ମିଳିଲେ। 

ଚଳିବ ପ୍ରଭୁ ଭଲେ। 

ଦୋଷତ ଦେବୁନାହିଁ ପିଇକି ଅବା ମଲେ। 

ଦେ ଦେ ଦେ ପ୍ରଭୁ ମଦିରା ଟୋପେ ଦେ ପ୍ରଭୁ ମଦିରା ଟୋପାଏ ଦେ। 2।ହେ ପ୍ରଭୁ 

ପିଲାଠୁ ବୁଢା ଧାଡିରେ ଛିଡା। 

ଯୁବତୀ ମୁଖେ କପଡା ଭିଡା। 

ମାନବ ଶୂନ୍ଯ ସହର ପଡା। 

ମଦ ଦୋକାନ ଆଗରେ ଆଡ୍ଡା। 

ପିଇଲା ବାଲା ଜାଣେ ଦାରୁ ର କରାମତି। 

ଉଦରେ ଗଲେଚାଲି ସରବେ ନରପତି। 3। ହେ ପ୍ରଭୁ ଦେଖା ଦେ

ସୁଦାମ ସୋଲୋମନ୍ ଗୋଛି

ବଡମ୍ବା

କଟକ

Share this :
Next Post

ହେ ମୋର ସଖା - ଚନ୍ଦ୍ରକାନ୍ତ ଜେନା

  ନିର୍ବିକ ‘ମୁଁ ଥିଲି, ବାଟ ହୁଡି ଥିଲି ତୁମେ ଦେଇଥିଲ ଆଶା ଶୂନ୍ଯ ପିଣ୍ଡେ ମୋର ଭରିଥିଲ ପ୍ରାଣ ଦେଇ କେତେ ନିତି ଶିକ୍ଷା ହେ..ମୋର ସଖା, ହେ..ମୋର ସଖା ତୁମେ ମୋର ଭାଇ, ତୁମେ ମୋର  ବନ୍ଧୁ ତୁ’ମେହିଁ ମୋର ପ୍ରେମିକା     !! ହେ..ମୋର ସଖା, ହେ..ମୋର ସଖା ଭରି ଅଛ ରଙ୍ଗ ଏହି ମୋ ଜୀବନେ ସ୍ବପ୍ନ ମଞ୍ଜି ବୁଣି ହୃଦୟ କାନନେ ନିଜର […]

Subscribe US Now