ସମ୍ପର୍କ ଘେରରେ ଜୀବନ – ସୁରଞ୍ଜିକା ମୁନି

Views: 14
0 0
Read Time:2 Minute, 22 Second

 

ସମ୍ପର୍କ ଘେରରେ ଜୀବନ

ଜୀବନ ତ ଆରମ୍ଭ ହୁଏ 

ସମ୍ପର୍କ ର ଘେରରେ,

ସୁତା ଖିଅ ପରି କିଛି ରହିଯାଏ,

କିଛି ହାତରୁ ଖସିଯାଏ 

ମନର ଅଜାଣତରେ.

ସ୍ନେହ ଆଉ ବନ୍ଧୁତା ର ଡୋରୀ ଥାଏ ସବୁରୀ ହାତରେ,

ସମୟର ସୁଅରେ କିଛି ବହିଯାଏ,

ହେଲେ ରହିଯାଏ କିଛିଟା ଶବ୍ଦର ଗଭୀରତା ହୃଦୟରେ.

ଜୀବନ ର ଗତିପଥ ନଥାଏ କାହାକୁ ଅଜଣା,

ହେଲେ ସମୟର ଅପେକ୍ଷାରେ ଖୋଜିବାରେ ବ୍ୟସ୍ତ 

ପ୍ରକୃତ ସାଥୀର ଠିକଣା.

ମନେପଡେ କିଛି ନିବିଡ ସମ୍ପର୍କର ଦୂରତା

ଇଚ୍ଛା ହୁଏ ମିଶି କହିବାକୁ,

ମନର ଯେତେସବୁ ବ୍ୟାକୁଳ ଅକୁହା କଥା.

ଜାଣିନି ଜୀବନର ଗତିପଥ ର 

ଶେଷ ଆଉ ଆରମ୍ଭ ର ଠିକଣା,

ଭେଟି ହୁଅନ୍ତା ଯଦି ପାରନ୍ତି ବାନ୍ଧି

ବାସ୍ତବତା କାହାକୁ ଵା ଅଜଣା.

ଜୀବନ ତ ଚାଲିଛି ସମୟର 

ତୀବ୍ର ସୁଅରେ,

ଗୁହାରି କରୁଛି ପ୍ରଭୁ ରହିଥାଉ ମୋର ନିବିଡ ସମ୍ପର୍କ ର 

ଡୋରୀ ସଦା ତୁମରି ହାତରେ.

ସୁରଞ୍ଜିକା ମୁନି 

ପାରଳାଖେମୁଣ୍ଡି

Share this :
Next Post

ଦାରୁ ଚୋଖା ଦେ - ସୁଦାମ ସୋଲୋମନ୍ ଗୋଛି

  ହେ ପ୍ରଭୁ ଦେଖା ଦେ।  ଦାରୁ ଚୋଖା ଦେ।  ଲକ୍ ଡାଉନ୍ କାଳେ।  ମଦିରା ଟୋପେ ଗଳେ।  ପଡୁନି ବୋଲି ବେଳେ।  ନାଚ ଜମୁନି ତାଳେ।  ଦେ ଦେ ଦେ ପ୍ରଭୁ ମଦିରା ଟୋପାଏ ଦେ। ।1।ହେ ପ୍ରଭୁ  ବିଦେଶୀ ସୁରା ଦେଉନି ଧରା।  କିମତ ତାର କରୁଛି ଟେରା।  ଆମେ ତ ସବୁ ନାଚାର ପରା।  ଆସ୍କା ଫଟି ମିଳିଲେ।  ଚଳିବ ପ୍ରଭୁ ଭଲେ।  ଦୋଷତ ଦେବୁନାହିଁ […]

Subscribe US Now