ଭଗବାନଙ୍କ ଦାନ – ରଶ୍ମିତା ବେହେରା

Views: 21
0 0
Read Time:1 Minute, 48 Second

 

ସାରା ଜଗତର ଯିଏ କାରିଗର
ସେହି ଆମ ଭଗବାନ l
ସୃଷ୍ଟି କରିଛନ୍ତି ଜଳ ସ୍ଥଳ ବାୟୁ
ଗଛ ଲତା ଗିରି ବନ ll
ସକାଳ ହୋଇଲେ ସୁରୁଜ ଉଁଇଛି 
ରାତି ହେଲେ ଦିଶେ ଜହ୍ନ l
ନୀଳ ଆକାଶର ପୁଙ୍ଗୁଲା ଛାତିରେ
ହସୁଥାନ୍ତି ତାରା ମାନ ll
ପୋଖରୀରେ କଇଁଫୁଲ ଫୁଟି ଥାଏ
ଆକାଶ ବକ୍ଷକୁ ଚାହିଁ l
ଜହ୍ନ ମାମୁଁ ଖେଳେ ଲୁଚକାଳି ଖେଳ
ବାଦଲ ସାଥିରେ ଧାଇଁ ll
କୋଇଲିର କୁହୁ କେତେ ଭଲ ଲାଗେ
କି ସୁନ୍ଦର ତାର ସ୍ୱର l
କାଉ କାଆ ରାବେ ଦଦରା ଗଳାରେ
କଳା ରୂପ ଦୁହିଁଙ୍କର ll
ମାଟି ତଳେ କେତେ ଧନ ରଖି ଅଛ
କିଏ ସେ ପାରିବ କହି l
ସୁନା ରୁପା ଲୁହା କୋଇଲା ଓ ତେଲ 
ମଣିଷର ହିତ ପାଇଁ ll

ରଶ୍ମିତା ବେହେରା

ରଗଡ଼ିପଡ଼ା

ବଡମ୍ବା

କଟକ

Share this :
Next Post

ସମ୍ପର୍କ ଘେରରେ ଜୀବନ - ସୁରଞ୍ଜିକା ମୁନି

  ସମ୍ପର୍କ ଘେରରେ ଜୀବନ ଜୀବନ ତ ଆରମ୍ଭ ହୁଏ  ସମ୍ପର୍କ ର ଘେରରେ, ସୁତା ଖିଅ ପରି କିଛି ରହିଯାଏ, କିଛି ହାତରୁ ଖସିଯାଏ  ମନର ଅଜାଣତରେ. ସ୍ନେହ ଆଉ ବନ୍ଧୁତା ର ଡୋରୀ ଥାଏ ସବୁରୀ ହାତରେ, ସମୟର ସୁଅରେ କିଛି ବହିଯାଏ, ହେଲେ ରହିଯାଏ କିଛିଟା ଶବ୍ଦର ଗଭୀରତା ହୃଦୟରେ. ଜୀବନ ର ଗତିପଥ ନଥାଏ କାହାକୁ ଅଜଣା, ହେଲେ ସମୟର ଅପେକ୍ଷାରେ ଖୋଜିବାରେ ବ୍ୟସ୍ତ  […]

Subscribe US Now