ହୃଦୟରୁ ଭକ୍ତ କୁହେ ଜୟ ଶ୍ରୀରାମ
ପାପିଠାରୁ ଘେନ ପ୍ରଭୁ ତାର ପ୍ରଣାମ ।
ମର୍ଯ୍ଯାଦା ପୁରୁଷୋତ୍ତମ ଜୟ ଶ୍ରୀରାମ
ରାମ ନାମ ଧରି ଭବୁ ତରିବା ଜାଣ ।
କେତେ କଣ କରିଛ ଦଶରଥ ନନ୍ଦନ
ସବୁରି ପ୍ରମାଣ ଦିଏ ଗ୍ରନ୍ଥ ରାମାୟଣ ।
ଲିଳା ପାଇଁ ଜନ୍ମିଲ ଦଶରଥଙ୍କ ଘରେ
ଚଉଦ ବରଷ କାଟିଲ ବନ ମଧ୍ୟରେ ।
ମନ୍ଥରା ଦ୍ବାରା ତୁମେ ପ୍ରଭୁ ନାଟ ରଚିଲେ
ପାପି ନାସନେ ଚଉଦ ବର୍ଷ ବନକୁଗଲ ।
ସବରି ଅଇଁଠା ପ୍ରଭୁ ତୁମେ ଖାଇଲ
ମର୍ତ୍ତମଣ୍ଡଳୁ ତାଙ୍କ ଜୀବନ ଉଦ୍ଧାର କଲ ।
ଏମନ୍ତ ନାନା ପ୍ରକାରେ ଖେଳ ଖେଳିଲ
ପାପି ପୁଣ୍ଯାତ୍ମା କେତେ ଉଦ୍ଧାର ଯେ କଲ ।
ରାବଣ ମାରିବା ପାଇଁ ମାତା ସୀତା ହାରିଲ
ଲଙ୍କା ଯିବାକୁ ପ୍ରସ୍ତର ସେତୁ ବାନ୍ଧିଲ ।
ତୁମ ନାମ ପ୍ରସ୍ତର ଉପରେ ଲେଖିଲେ
ଭାସମାନ ହୁଏ ପ୍ରଭୁ ମହୋଦଧି ଜଳେ ।
ରାବଣ ମାରି ସୀତାଙ୍କୁ ଉଦ୍ଧାର କଲ
ବିଭିଷଣ ହାତେ ଲଙ୍କା ଭାର ଥାମିଲ ।
ଏହିପରି କେତେ କାମ କଲ ଶ୍ରୀରାମ
ତୁମ ପାଦପଦ୍ମ ତଳେ କୋଟି ପ୍ରଣାମ ।
ଅମରଜିତ୍ ମଲ୍ଲିକ
ବଡମ୍ବା
କଟକ
Readers Interaction