କୃଷକ – ବାସନ୍ତୀ ଲତା ଜେନା

Views: 13
0 0
Read Time:5 Minute, 21 Second

 କୃଷକ ଖୋଜେନି ସ୍ୱର୍ଗ ପାରିଜାତ 

        ଅବା ସରଗର ଚାନ୍ଦ 

କଂସେ ପଖାଳରେ ପେଟ ପୁରେ ତାର 

       ବଳଦ ଲଙ୍ଗଳେ ଛନ୍ଦ     l୧l

ଦେଶ ମେରୁଦଣ୍ଡ କୃଷକ ଅଟଇ 

       ତା ବିନା ନ ପୁରେ ପେଟ 

ସଭିଙ୍କ ମୁଖରେ ହସ ଭରି ଦିଏ 

      ନିଜେ ପାଉଥାଏ କଷ୍ଟ        l୨l

ଶସ୍ୟ ଭରପୁର ସବୁଜିମା କ୍ଷେତ୍ର 

       ତାର ହାତ ସ୍ପର୍ଶ ପାଇଁ 

ସୁନାର ଫସଲ ଅମଳ କରଇ 

       ତୁ ଅଟୁ କୃଷକ ଭାଇ        l୩l

ସଅଳ ସଅଳ ବିଛଣାରୁ ଉଠି 

      ନିତ୍ୟ କର୍ମ ସାରି ଦେଉ 

ପାଟିରେ ଗଣ୍ଡାଏ  କଣ ଟିକେ ଦେଇ 

       ଜମିକୁ ବାହାରି ଯାଉ       l୪l

ହଳ କରି ଥାଉ ଗୀତ ବୋଲି ଥାଉ

            ସରଳ ମଣିଷ ତୁହି 

ଅଳପରେ ଖୁସି ତୁହି ହେଉ ଥାଉ 

         ତୋ ପରି କେହି ତ ନାହିଁ   l୫l

ଅକ୍ଷର ତୃତୀୟେ ଧାନ ବୁଣି ଥାଉ 

       ବର୍ଷlରେ ମଇ ତୁ  ଦେଉ 

ରଜ ତିନି ଦିନ ପାଳନ କରୁ ତୁ 

       ଭୂମି ପୂଜା କରି ଥାଉ        l୬l

ସୁନା ଧାନ କ୍ଷେତ ଶୀତ ଋତେ ଦେଖି 

         ହୋଇଥାଉ ମନେ ଖୁସି 

ଧାନ କାଟି ଆଣି ଖଳାରେ ରଖୁ ତୁ 

        ବେଙ୍ଗଳା ପକାରେ ତୋଷି  l୭l

ବାର ମାସେ ତେର ପରିବ ପାଳନ 

      ଆନନ୍ଦ ଟିକିଏ ପାଇଁ 

ଘରେ ପିଠା ପଣା ହୋଇ ଥାଏ ତୋର 

       ଖୁସିରେ ଖାଇବା ପାଇଁ      l୮l

ତୋର ପିଲା ମାନେ ପାଠ ପଢିବାକୁ 

      ସ୍କୁଲକୁ ଯାଇ ଥାଆନ୍ତି 

ପଖାଳ ପାଣିରେ ଦିନ ତାଙ୍କ ଯାଏ 

       ଅଝଟ କରି ନ ଥାନ୍ତି      l୯l

ଝଡ଼ ଝଞ୍ଜା ସହି କାମ କରୁ ତୁହି 

       ଦେଶର ପ୍ରଗତି ପାଇଁ 

ଅନ୍ନ ତୁ ଯୋଗାଉ ସାରା ଜଗତକୁ 

      ମୁଣ୍ଡ ଝାଳ ତୁଣ୍ଡେ ସହି     l୧ ୦l

ସୁସ୍ଥ ନିରୋଗ ଦେହ ତୁମ ଥାଉ 

      ଜଗତର ହିତ ପାଇଁ 

ତୁମେ ଭଲ ଥିଲେ ଏ ଦେଶ ହସିବ 

       କୃଷକ ତୁମରି ପାଇଁ    l୧୧l

ବାସନ୍ତୀ ଲତା ଜେନା

ଗାନ୍ଧିନଗର, ନବରଙ୍ଗପୁର,

Share this :
Next Post

କୃଷକ - ରବିନ୍ ଖଣ୍ଡାୟତରାୟ

 ହେ କୃଷକ! ତୋ ଦାନରେ ବଂତିଛନ୍ତି  ପୃଥିବୀର ଯେତେ ସବୁ ପ୍ରାଣୀ  ତଥାପି ହୃଦେ ତୋର  ଇର୍ଷା, ହିଂସା ଗର୍ବ ଅହଂକାର  ଦେଖା ଦେଇନାହିଁ ।। ରକ୍ତକୁ ତୁ ପାଣି କରି  ଖଟୁଥାଉ ମେସିନ ପରି ଖରା ବର୍ଷା ଶୀତ ତତେ ସବୁ ଲାଗେ ଏକାପରି ।। ବେଳ ଆସିଛି ଆଜି ଫେଡିବା କଷଣ କୃଷକର  ସମସ୍ତେ ଯୋଗ ଦେଇ ତା ସହିତ  ଲାଘବ କରିବା ଶ୍ରମଭାର ।। ନିଜ […]

Subscribe US Now